ଆଜି ଦିନର ରାଶିଫଳ |
ମେଷ: କୌଣସି ବି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ସହଜରେ ପୂରା ହେବ। ପରିଶ୍ରମର ଭଲ ଫଳ ମିଳିବ।
ବୃଷ: ଆପଣଙ୍କ ଦିନ ଉତ୍ତମ ରହିବ। ଆର୍ଥିକ ପକ୍ଷରେ ସ୍ଥିରତା ବଜାୟ ରହିବ। ସାଙ୍ଗମାନଙ୍କ ସହିତ କିଛି ଖୁସିର ମୁହୂର୍ତ୍ତ ବିତାଇବେ। ଆୟ ବଢ଼ିବ।
ମିଥୁନ: ବେପାରରେ ଆପଣଙ୍କୁ ଆଶାଠାରୁ ଅଧିକ ଫାଇଦା ହେବ। ଚାକିରି ଖୋଜୁଥିବା ଲୋକମାନଙ୍କୁ କୌଣସି ବଡ଼ କମ୍ପାନୀରୁ କଲ୍ ଆସିବ।
କର୍କଟ: ଦିନ ଠିକ୍ଠାକ୍ ରହିବ। ଆପଣଙ୍କର କିଛି କାମରେ ଅଧିକ ସମୟ ଲାଗିବ। ଜୀବନସାଥୀ ଆପଣଙ୍କ ଖୁସିର କାରଣ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ: ଆପଣଙ୍କ ପାରିବାରିକ ସମ୍ପର୍କରେ ମଧୁରତା ବଢ଼ିବ। ଅଫିସ୍ରେ ବରିଷ୍ଠ ଆପଣଙ୍କ କାମକୁ ପ୍ରଶଂସା କରିବେ। ଭାଗ୍ୟର ପୂରା ସମର୍ଥନ ରହିବ।
କନ୍ୟା: ପରିବାର ଲୋକେ ଆପଣଙ୍କୁ ଭଲ ପରାମର୍ଶ ଦେବେ। ବ୍ୟବସାୟରେ ଆଶାଠାରୁ ଅଧିକ ଧନ ଲାଭ ହେବ। ଅଟକିଥିବା ଧନ ଫେରିପାଇବେ।
ତୁଳା: ଆପଣଙ୍କ ଦିନ ଭଲ ରହିବ। ଆଜି ଆପଣ ନିଜର ଦାୟିତ୍ୱକୁ ଭଲ ଭାବରେ ତୁଲାଇବେ। ପରିଶ୍ରମ କରି କରିଥିବା କାମରେ ସଫଳତା ମିଳିବ।
ବିଛା: ପିଲାମାନେ ଆପଣଙ୍କୁ କିଛି ଶୁଭ ସମାଚାର ଦେବେ, ଯଦ୍ଦ୍ଵାରା ପରିବାରର ସମସ୍ତ ସଦସ୍ୟ ଖୁସି ହେବେ। ଆର୍ଥିକ ମାମଲାରେ ଲାଭ ମିଳିବ।
ଧନୁ: ଆପଣ ନିଜ ଖର୍ଚ୍ଚ ଉପରେ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ। ସମସ୍ତେ ଆପଣଙ୍କ କଥାରେ ପ୍ରଭାବିତ ହେବେ।
ମକର: ଅଧିକ ସମୟ ପରିବାର ଲୋକଙ୍କ ସହିତ ବିତାଇବେ। ପଇସା ଲେଣଦେଣ ମାମଲାରେ ସାବଧାନ ରୁହନ୍ତୁ। ଆପଣଙ୍କ ମନସ୍କାମନା ପୂରଣ ହେବ।
କୁମ୍ଭ: କୌଣସି ସମ୍ପର୍କୀୟଙ୍କ ଘରକୁ ଯାଆନ୍ତୁ। ରାଜନୀତି ସହ ଜଡ଼ିତ ଲୋକଙ୍କୁ ବଡ଼ ସଫଳତା ମିଳିବ। ସାମାଜିକ ସମାରୋହରେ ଭାଗ ନେଇପାରନ୍ତି।
ମୀନ: ଆପଣଙ୍କ ଦିନଟି ଭଲରେ କଟିବ। କମ୍ ପରିଶ୍ରମରେ ଅଧିକ ଫଳ ମିଳିବ। କୌଣସି ପାରିବାରିକ ଦାୟିତ୍ୱ ସମ୍ଭାଳିବାକୁ ପଡ଼ିପାରେ।