ଆଜି ଦିନଟି ଶୁଭମୟ ରହିବ |
ମେଷ: ଆଜି ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତାଇବେ। ଲମ୍ବା ସମୟରୁ ଚାଲିଥିବା ସମ୍ପତ୍ତି ବିବାଦର ସମାଧାନ ହେବ।
ବୃଷ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। ବ୍ୟବସାୟରେ ଜବରଦସ୍ତ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।
ମିଥୁନ: ଆଜି ବ୍ୟବସାୟିକ ଯାତ୍ରାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ପର୍କ ଉନ୍ନତ ହେବ।
କର୍କଟ: ଆଜି ପରିବାର ସଦସ୍ୟଙ୍କ ସହିତ ଭଲ ସମୟ ବିତିବ। ଯଦି କୌଣସି ସ୍ଥାନକୁ ଯିବାକୁ ଯୋଜନା ଅଛି, ତାହା ଶେଷ ମୁହୂର୍ତ୍ତରେ ଟଳିପାରେ।
ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଭଲ। ପରିବାର ଉପରେ ଧ୍ୟାନ ଦେବେ। ଆର୍ଥିକ ଅବସ୍ଥା ଭଲ ରହିବ। ବିରୋଧୀମାନଙ୍କଠାରୁ ସାବଧାନ ରୁହନ୍ତୁ।
କନ୍ୟା: ଆଜି ଆପଣଙ୍କୁ ହଠାତ୍ ଧନଲାଭ ହେବ। ପରିବାରର ସମସ୍ତେ ଖୁସି ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ।
ତୁଳା: ଆଜି ମାନସିକ ସନ୍ତୁଳନ ବଜାୟ ରଖନ୍ତୁ। କ୍ୟାରିୟର ଏବଂ ପ୍ରଫେସନ ପାଇଁ ସମୟ ସ୍ୱାଭାବିକ। ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ବିତାଇବେ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଭଲ ଦିନ ହେବ। ଚାକିରି କରୁଥିବା ଲୋକଙ୍କ ପାଇଁ ଦିନଟି ମଧ୍ୟ ଭଲ ହେବ।
ଧନୁ: ଆଜି କୌଣସି କାମ ପାଇଁ ପ୍ରସ୍ତୁତ କରାଯାଇଥିବା ଯୋଜନା ସଫଳ ହେବ। ଜୀବନସାଥୀଙ୍କ ପରାମର୍ଶ କୌଣସି କାମରେ ଲାଭଦାୟକ ହେବ।
ମକର: ଚିନ୍ତା କମାଇବା ପାଇଁ ଆପଣ ସାଙ୍ଗମାନଙ୍କ ସହିତ କେଉଁଆଡ଼େ ବାହାରକୁ ଯିବା ଉଚିତ୍। ଆଜି ଆପଣଙ୍କ ପିଲାମାନେ ଆପଣଙ୍କ ମତାମତ ଲୋଡ଼ିବେ।
କୁମ୍ଭ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି। ଆୟ ବଢ଼ିବ, ଯେଉଁଥିପାଇଁ ଆପଣ ଖୁସି ହେବେ। କାର୍ଯ୍ୟରେ ସଫଳତା ପାଇ ମନ ଖୁସି ହେବ।
ମୀନ: ଆଜି ଆପଣ ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ। ଛୋଟ ଛୋଟ କଥାରେ ରାଗିବାଠାରୁ ଦୂରେଇ ରୁହନ୍ତୁ। ଦୈନନ୍ଦିନ କାର୍ଯ୍ୟରୁ ଉପକୃତ ହେବେ।