ଆଜି ଟି-୨୦ ମହିଳା ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ୍ |
ଆଜି ହେଉଛି ଟି-୨୦ ମହିଳା ବିଶ୍ୱକପ୍ର ପ୍ରଥମ ସେମି ଫାଇନାଲ୍। ଫାଇନାଲରେ ଅଷ୍ଟ୍ରେଲିଆ ସହ ହରମନପ୍ରୀତ କୌରଙ୍କ ଦଳ ମୁକାବିଲା କରିବ । ପୁର୍ବରେ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ତାର ୪ଟି ମ୍ୟାଚ ଜିତିଥିବା ବେଳେ ଭାରତ ୩ଟି ଜିତିଥିଲା ଏବଂ ଗୋଟିଏ ହାରିଥିଲା। ଟି-୨୦ ବିଶ୍ୱକପରେ ପଞ୍ଚମ ଥର ସେମି ଫାଇନାଲ ଖେଳିବ ଭାରତ। ସେଥିରୁ ଥରେ ମାତ୍ର ଫାଇନାଲରେ ପ୍ରବେଶ କରିଥିଲା ଭାରତୀୟ ମହିଳା ଦଳ। ୨୦୨୦ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିଥିଲା ଭାରତ। ତା ପରଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟ ୧୦ଟି ଟି-୨୦ ମୁକାବିଲା ହୋଇଛି। ଭାରତ ଗୋଟିଏ ଓ ସେଥିରୁ ଅଷ୍ଟ୍ରେଲିଆ ୮ଟି ଜିତିଛି। ଯାହା ଲାଗୁଛି ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି।