ଆଜି ଜାଗରରେ ମହାଦେବଙ୍କୁ ଏପରି କରନ୍ତୁ ପ୍ରସନ୍ନ
ମହାଶିବରାତ୍ରୀ ହିନ୍ଦୁମାନଙ୍କର ପ୍ରମୁଖ ପର୍ବ ଅଟେ । ଏହି ପର୍ବରେ ଭଗବାନ୍ ଶିବଙ୍କୁ ଆରାଧନା କରାଯାଇଥାଏ । ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀରେ ଶିବରାତ୍ରୀର ପାର୍ବଣ ଅବସର ପାଳନ ହୋଇଥାଏ । ପୁରାଣରେ ରହିଛି, ଏହିଦିନ ମଧ୍ୟରାତ୍ରୀରେ ଭଗବାନ୍ ଶିବ ବ୍ରହ୍ମା ରୁପରୁ ରୁଦ୍ର ରୂପରେ ଅବତରଣ କରିଥିଲେ । ଏହିଦିନ ଶିବଭକ୍ତମାନେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ବେଲପତ୍ର ଚଢାଇ ପୂଜାର୍ଚ୍ଚନା କରିଥାନ୍ତି । ଦିନସାରା ଉପବାସ ରଖି ରାତିରେ ଜାଗର ଉପବାସ ରଖିଥାନ୍ତି । ପବିତ୍ର ଜାଗର ମହାଶିବରାତ୍ରି ।
ମଙ୍ଗଳମୟ ସଦାଶିବଙ୍କ ପାଇଁ ସମର୍ପିତ ଏକ ଦିନ । ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଏହା ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ଅତି ଶ୍ରଦ୍ଧାର ସହିତ ସମସ୍ତେ ଅପେକ୍ଷା କରି ରହିଥାନ୍ତି ଏହି ସମୟକୁ । ଆଜି ସମସ୍ତ ଶୈବପୀଠ ଚଳଚଞ୍ଚଳ । ନିଜ ହୃଦୟରେ ଥିବା ଦୁଃଖ, ଗ୍ଲାନି, କ୍ଲେଶ, କୋହ ଆଉ ଲୁହକୁ ଅଜାଡି ଦେଇଛି ଭକ୍ତ ଦେବଦେବ ମହାଦେବଙ୍କ ନିକଟରେ ଆଉ ତୁଣ୍ଡରୁ ଶୁଭୁଛି ଖାଲି ଓମ୍ ନମ ଶିବାୟ । ଶିବରାତ୍ରୀ ଶିବ ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ସାରା ରାତି ଉଜାଗର ରହି ଶିବ ଉପାସନାରେ ମଗ୍ନ ଭକ୍ତମାନଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଚଉବର୍ଗ ପୁରୁଷାର୍ଥ ସହିତ ମୃତ୍ୟୁ ଅନ୍ତେ ଶିବ ଲୋକ ପ୍ରାପ୍ତ ହୁଏ ବୋଲି ରହିଆସିଛି ବିଶ୍ୱାସ ।
ଦେବାଧିଦେବ ମହାଦେବଙ୍କ ଆରାଧନାର ସବୁଠାରୁ ବିଶେଷ ଦିନ ହେଉଛି ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ପ୍ରତି ମାସ ମାସିକ ଶିବରାତ୍ରୀ ପାଳନ କରାଯାଏ। କିନ୍ତୁ ଫାଲଗୁନ ମାସରେ ପଡୁଥିବା ଶିବରାତ୍ରୀ ବହୁତ ଖାସ୍ ମହତ୍ତ୍ୱ ରଖିଥାଏ। କୁହାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ପାର୍ବତୀଙ୍କ ବିବାହ ହୋଇଥିଲା। ଏହି ଦିନ ଉପବାସ୍ ରହିଥିବା ଭକ୍ତଙ୍କ ଉପରେ ଭଗବାନ ଶିବ ଖାସ୍ ଆଶିର୍ବାଦ ପ୍ରାପ୍ତ କରିଥାନ୍ତି। ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା କାଲି ଫେବୃଆରୀ ୧୮ ତାରିଖ ଶନିବାର ରେ ପଡୁଛି। ଏମିତିରେ ଯଦି ଆପଣ ଏହି ମହାଶିବରାତ୍ରୀରେ ବ୍ରତ ରଖିବାକୁ ଚାହୁଁଛନ୍ତି, ତେବେ ଭଗବାନ ଶିବଙ୍କ ପୂଜା କିଛି ଖାସ୍ ନିୟମରେ ନିଶ୍ଚୟ କରନ୍ତୁ।