ଆଜି ଆନ୍ତର୍ଯାତିକ ସଂଗ୍ରହାଳୟ ଦିବସ, କେଉଁଠିକୁ ବୁଲିବାକୁ ଯିବେ ?

ବ୍ୟସ୍ତବହୁଳ ଜୀବନରେ ମନୋରଞ୍ଜନ ସହ ଜ୍ଞାନ ଆହରଣ ନିମନ୍ତେ ବିଶେଷତଃ ସମୟ ର ଅଭାବ ଖୁବ ପରିଲକ୍ଷିତ ହେଉଛି | ସମୟ ମିଳିଲେ କିଏ ପାର୍କ ତ କିଏ ମଲ୍କୁ ଯିବାକୁ ପସନ୍ଦ କରିଥାନ୍ତି | ହେ ଜ୍ଞାନଲେ ଆହରଣ ତଥା ନିଜ ପୂର୍ବ ଇତିହାସ ଗୁଡିକ ବିଷୟରେ ଜାଣିବା ନିମନ୍ତେ ରାଜ୍ୟର ବିଭିର୍ଣ୍ଣ ସ୍ଥାନରେ ମ୍ୟୁଜିୟମ ତଥା ସଂଗ୍ରହାଳୟ ରହିଅଛି | ସେଠାକୁ ଛାତ୍ରଛାତ୍ରୀ ତଥା ବିଭିର୍ଣ୍ଣ ବୟସ ର ବ୍ୟକ୍ତିବିଶେଷ ମଧ୍ୟ ଯାଇ ଜ୍ଞାନ ଆହରଣ କରିପାରିବେ | ସେଥିପାଏ ରାଜ୍ୟସରକାର ମଧ୍ୟ ପ୍ରବେଶ ଶୁଳ୍କକୁ କମେଇଦେଇଛନ୍ତି , ତଥା କେତେକ ସ୍ଥାନରେ ପ୍ରବେଶ ଶୁଳ୍କ ମଧ୍ୟ ଦେବାକୁ ପଡ଼ିନଥାଏ | ଚାଲନ୍ତୁ ଜାଣିବା ଭୁବନେଶ୍ୱରରେ ଥିବା 3ଟି ମୁଖ୍ୟ ସଂଗ୍ରହାଳୟ ବିଷୟରେ |

1) ରାଜ୍ୟ ସଂଗ୍ରହାଳୟ , କଳ୍ପନା ଛକ

ରାଜଧାନୀର କଳ୍ପନା ଛକ ଉପରେ ଅବସ୍ଥିତ ଏହି ସଂଗ୍ରହାଳୟ 1932 ମସିହାରେ ସ୍ଥାପିତ ହୋଇଥିଲା | ମାତ୍ର 1960 ମସିହାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା | ଏହି ସଂଗ୍ରହାଳୟରେ 11ଟି ବିଭାଗ ରହିବା ସହିତ ପୁରାତନ ଯୁଦ୍ଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ମୁଦ୍ରା ,ଭାଷା ସାହିତ୍ୟ ତଥା ଲିପି ସମ୍ବନ୍ଧିତ ବିଭିର୍ଣ୍ଣ ବସ୍ତୁ ରହିଅଛି | ଏହା ସହରର ମୁଖ୍ୟ ସ୍ଥାନ ରେ ରହିଥିବାରୁ ପ୍ରତିଦିନ ବହୁତ ଲୋକ ଏହି ସ୍ଥାନକୁ ପରିଦର୍ଶନ କରିବାକୁ ଆସିଥାନ୍ତି |

2) ରିଜିଓନାଲ ମ୍ୟୁଜିୟମ, ଆଚାର୍ଯ୍ୟବିହାର

ଏହା 2004 ମସିହାରେ ଅବସ୍ଥାପିତ ଏହି ମ୍ୟୁଜିୟମରେ ବିଭିର୍ନ ପ୍ରକାରର ଶିକ୍ଷଣୀୟ ବିଷୟବସ୍ତୁ ରହିଅଛି | ଏଠାରେ ସାମୁଦ୍ରିକ ଜୀବ ଠାରୁ ଆରମ୍ଭ କରି ବିଭିର୍ଣ୍ଣ ସ୍ଥାନର ଜୀବଜନ୍ତୁ ଓ ସେଠାକାର ପରିବେଶ ସମ୍ବନ୍ଧିତ ବହୁ ଶିକ୍ଷାନିୟ ଦୃଶ୍ୟ ତଥା ମଡେଲସ ରହିଅଛି |

3) ପଠାଣି ସାମନ୍ତ ପ୍ଲାନେଟାରିଅମ

ଏହା ବିଶିଷ୍ଟ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ନାମରେ ନାମିତ କରାଯାଇଛି | ଏହା ଏକ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ | ଏଠାରେ space ତଥା ବିଭୀର୍ନ ମହାଜାଗତିକ ବିଷୟବସ୍ତୁ , ଗ୍ରହ ନକ୍ଷତ୍ର ଓ ସୌରମଣ୍ଡଳ ସମ୍ପର୍କିତ ବିଭିର୍ନ ବିଷୟରେ ରେ ଅଡିଓ ଭିଜୁଆଲ ଶୋ ଦର୍ଶକଙ୍କୁ ଦେଖାଯାଏ |

ତେବେ ଆଜି ଆନ୍ତର୍ଯାତିକ ସଂଗ୍ରହାଳୟ ଦିବସ ଉପଲକ୍ଷେ ଆପଣ କୁଆଡେ ବୁଲିଯିବାକୁ ପସନ୍ଦ କରିବେ ଜଣାନ୍ତୁ କମେଣ୍ଟ ମାଧ୍ୟମରେ |

Updated By- Tapasya Pati

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp