ଆଜିର ରାଶିଫଳ |
ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ସମ୍ପତ୍ତି ସହ ଜଡ଼ିତ ମାମଲା ଆପଣଙ୍କ ପକ୍ଷରେ ସମାଧାନ ହେବାର ସମ୍ଭାବନା ରହିଛି।
ବୃଷ: ଆଜି ଶାରୀରିକ ରୂପେ ଆପଣ ସୁସ୍ଥ ରହିବେ। ଆପଣଙ୍କୁ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ।
ମିଥୁନ: କର୍ମକ୍ଷେତ୍ରରେ ଆପଣଙ୍କ ସଫଳତା ଆଜି ନିଶ୍ଚିତ ହେବ। ପାରିବାରିକ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ପାରିବାରିକ ଜୀବନରେ ଉତ୍ଥାନ-ପତନ କାରଣରୁ ଆପଣ ଟିକେ ଚିନ୍ତିତ ଅନୁଭବ କରିବେ। ଏକ କଠିନ ସମୟ ପରେ ଆପଣଙ୍କ ମୁହଁରେ ହସ ଫୁଟିବ।
ସିଂହ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ। କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ଦୁଃଖ ଦେଇପାରେ।
କନ୍ୟା: ଆଜି ଘନିଷ୍ଠ ବନ୍ଧୁଙ୍କ ସହ ଫୋନରେ ଏକ ଲମ୍ବା ବାର୍ତ୍ତାଳାପ ହେବ। ଘରେ ପରିବାର ସହିତ ସମୟ ବିତାଇବେ।
ତୁଳା: ଆଜି ଖୁସି ରୁହନ୍ତୁ ଏବଂ ଅଧିକ ଚାପ ନିଅନ୍ତୁ ନାହିଁ। ପାରିବାରିକ ଜୀବନ ସୁଖଦ ହେବ। ସାମାଜିକ କ୍ଷେତ୍ରରେ ଅଧିକ ଲୋକପ୍ରିୟତା ହାସଲ କରିବେ।
ବିଛା: ଆଜିର ଦିନ ଆପଣଙ୍କ ପାଇଁ ଦୁର୍ବଳ ରହିବ। ଖର୍ଚ୍ଚ ବଢ଼ିବ। ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇବ। ବୈବାହିକ ଜୀବନରେ ପ୍ରେମ ବୃଦ୍ଧି ପାଇବ।
ଧନୁ: ଆଜି ଆପଣ ଭାବିଥିବା କାମ ପୂରା ହେବ। ଆପଣଙ୍କର ଆର୍ଥିକ ଦିଗ ବହୁତ ମଜଭୁତ ହେବ। ଆଜି ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ମକର: ଆଜି କିଛି କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ସମ୍ପତ୍ତି ଚୁକ୍ତିନାମା ଚୂଡ଼ାନ୍ତ କରିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ଭଲଭାବେ ପଢ଼ନ୍ତୁ। ଆର୍ଥିକ ଲାଭର ସମ୍ଭାବନା ରହିଛି।
କୁମ୍ଭ: ଆଜି ଆପଣଙ୍କୁ ବହୁତ କାମ ମିଳିବ। ଘରେ ସୁଖ, ସମୃଦ୍ଧି ରହିବ। ଘରେ ପରିବାର ସହିତ ସମୟ ବିତାଇବାରେ ଆପଣଙ୍କୁ ମନରେ ଶାନ୍ତି ମିଳିବ।
ମୀନ: ଆଜି ଆୟ ପାଇଁ ଦିନଟି ଶୁଭ। ନିରାଶାରୁ ଦୂରେଇ ରୁହନ୍ତୁ। ଆଜି କାହା ସହିତ ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ।