ଆଜିର ରାଶିଫଳ

ମେଷ: ଆଜି ଆପଣ ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କଠୁ ସହଯୋଗ ମିଳିବ। କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

ବୃଷ: ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରିବେ। କାମକୁ ନେଇ ଅନେକ ଯୋଜନା ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ।

ମିଥୁନ: ଆପଣ ନିଜର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବେ। ଘର ପାଇଁ କିଛି ନୂଆ ଜିନିଷ କିଣିବେ। ଧନଲାଭର ଯୋଗ ରହିଛି।

କର୍କଟ: ନିବେଶ ମାମଲାରେ ନୂଆ ପରାମର୍ଶ ମିଳିବ। ବ୍ୟବସାୟକୁ ବଢ଼ାଇବାର କିଛି ନୂଆ ସୁଯୋଗ ଆପଣଙ୍କ ସାମ୍ନାକୁ ଆସିବ।

ସିଂହ: ଭାଇ, ଭଉଣୀଙ୍କ ସାହାଯ୍ୟରୁ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ସୁଖ, ସୌଭାଗ୍ୟ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ବିତାଇବେ।

କନ୍ୟା: ଆଜିର ଦିନ ଉତ୍ତମ ରହିବ। ଆର୍ଥିକ ଲାଭର ଅବସର ପ୍ରାପ୍ତ ହେବ। ଯାତ୍ରାରୁ ଆପଣଙ୍କୁ ଲାଭ ମିଳିବ। ଆଧ୍ୟାତ୍ମିକତା ପ୍ରତି ରୁଚି ରହିବ।

ତୁଳା: ଆପଣଙ୍କ ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ। ଗାଡ଼ି ଚଲାଇବା ବେଳେ ସାବଧାନ ରୁହନ୍ତୁ। ଛାତ୍ରମାନଙ୍କୁ ସଫଳତା ମିଳିପାରେ।

ବିଛା: ଅନେକ ଦିନରୁ ଚାଲିଥିବା ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ଅଫିସ୍‌ କାମରେ ସହକର୍ମୀଙ୍କର ସହଯୋଗ ମିଳିବ। ଦାମ୍ପତ୍ୟ ସମ୍ପର୍କ ଦୃଢ଼ ହେବ।

ଧନୁ: ଆଜି ଆପଣଙ୍କ ଦିନ ଖୁସିରେ ଭରିଯିବ। ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି। ରାଜନୀତି ସହ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

ମକର: ଆଜିର ଦିନ ଭଲ ରହିବ। କାମର ବୋଝ ଅଧିକ ରହିବ। ତଥାପି ନୂଆ କାମ ଆରମ୍ଭ କରିବାଠୁ ଦୂରେଇ ରୁହନ୍ତୁ। ଅଟକିଥିବା କାମ ପୂରା ହେବ।

କୁମ୍ଭ: ଆଜି ଆପଣଙ୍କୁ ଭଲ ଖବର ମିଳିବ, ଯଦ୍ଦ୍ଵାରା ପୂରା ଦିନ ମନ ପ୍ରସନ୍ନ ରହିବ। ମାନ ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ଭଲ ରହିବ।

ମୀନ: ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି। ବ୍ୟବସାୟ ଆଳରେ ଯାତ୍ରା କରିବାକୁ ପଡ଼ିପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ୱାସ ବଢ଼ିବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp