ଆଜିର ରାଶିଫଳ |
ମେଷ: ଆଜିର ଦିନ ଠିକ୍ଠାକ୍ ରହିବ। ପୁରୁଣା କଥାକୁ ନେଇ ଟିକେ ଚିନ୍ତିତ ରହିପାରନ୍ତି। ହଠାତ୍ କୌଣସି ଖୁସି ଖବର ମିଳିପାରେ।
ବୃଷ: ଆପଣଙ୍କ ଦିନ ଉତ୍ସାହରେ ଭରି ରହିବ। ଆପଣଙ୍କର କେହି ନୂଆ ବନ୍ଧୁ ହୋଇପାରନ୍ତି। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ।
ମିଥୁନ: ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ଲୋକେ ଆପଣଙ୍କ ବ୍ୟବହାରରେ ପ୍ରଭାବିତ ହେବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସମୟ ବିତାଇବେ।
କର୍କଟ: ଆଜି ଆପଣଙ୍କ ଦିନ ଭଲ ରହିବ। ଅଫିସ୍ କାମରେ ଅନେକ ଚ୍ୟାଲେଞ୍ଜ ଆସିପାରେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କୁ ଫାଇଦା ଦେଇପାରେ।
ସିଂହ: ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ। ଆପଣଙ୍କୁ କୌଣସି ବଡ଼ ଖୁସି ଖବର ମିଳିପାରେ। ନୂଆ ସ୍ରୋତରୁ ଧନ ପ୍ରାପ୍ତି ହୋଇପାରେ।
କନ୍ୟା: ଆଜିର ଦିନ ବ୍ୟସ୍ତତାରେ କଟିବ। ମା’, ବାପା ନିଜ ପିଲାମାନଙ୍କ ସହିତ ସମୟ ବିତାଇବେ। ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଉଚିତ୍।
ତୁଳା: ଆଜିର ଦିନ ବଢ଼ିଆ ରହିବ। ଆପଣ ଯେଉଁ ବି କାମ କରିବାକୁ ଚାହିଁବେ, ତାହା ସହଜରେ ପୂରା ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ।
ବିଛା: ଆଜି ଆପଣଙ୍କର କୌଣସି ବଡ଼ କାମ ପିଲାଙ୍କ ସହାୟତାରେ ପୂରା ହେବ। ଛାତ୍ରମାନଙ୍କର ପାଠପଢ଼ା ପ୍ରତି ମନ ବଳିବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
ଧନୁ: ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ। କୌଣସି ବି କାମ ଆରମ୍ଭ କରିବା ପୂର୍ବରୁ ବଡ଼ମାନଙ୍କର ପରାମର୍ଶ ନେବା ଜରୁରୀ। ଆର୍ଥିକ ସ୍ଥିତି ଭଲ ରହିବ।
ମକର: ଆଜି ମହିଳା ଘର କାମରେ ବ୍ୟସ୍ତ ରହିବେ। ନିଜର ଖର୍ଚ୍ଚକୁ ନେଇ ଚିନ୍ତାରେ ବୁଡ଼ି ରହିବେ। ଲୋକଙ୍କୁ ଆପଣଙ୍କ କଥା ବୁଝିବାରେ ସମସ୍ୟା ହେବ।
କୁମ୍ଭ: ଆଜି ଆପଣଙ୍କ ଦିନ ଭଲ ରହିବ। ଆପଣଙ୍କୁ ଘରର କୌଣସି ମାମଲାରେ ବଡ଼ ନିର୍ଣ୍ଣୟ ନେବାକୁ ପଡ଼ିପାରେ। ଧନ ମାମଲାରେ ସ୍ଥିତି ଠିକ୍ ରହିବ।
ମୀନ: ଆପଣଙ୍କ ଦିନ ବଢ଼ିଆ ରହିବ। ଆପଣଙ୍କର ସମସ୍ତ କାମ ଇଚ୍ଛା ଅନୁସାରେ ପୂରଣ ହେବ। ଘରେ ପିଲାମାନଙ୍କ ସହିତ ଖୁସିର ସମୟ ବିତାଇବେ।