ଆଜିର ରାଶିଫଳ :କେମିତି ରହିବ ଆପଣଙ୍କ ଦିନ

ମେଷ: ମା’, ବାପାଙ୍କ ସହାୟତାରେ ଆପଣଙ୍କର କିଛି କାମ ପୂରା ହୋଇଯିବ। ଆଜି ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଧାର ଦେଣନେଣଠାରୁ ଦୂରେଇ ରୁହନ୍ତୁ।

ବୃଷ: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆପଣଙ୍କର କେହି ଖାସ୍‌ ବନ୍ଧୁ ଆପଣଙ୍କଠାରୁ ସାହାଯ୍ୟ ମାଗିପାରନ୍ତି।

ମିଥୁନ: ଅଫିସ୍‌ରେ ଆପଣଙ୍କ ପୋଷାକର ପ୍ରଶଂସା ହେବ। ଦାମ୍ପତ୍ୟ ଜୀବନ ଖୁସିରେ ଭରି ରହିବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ।

କର୍କଟ: କିଛି ଶୁଭ ସମାଚାର ମିଳିବାର ଯୋଗ ରହିଛି। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ନିଜକୁ ସ୍ୱାସ୍ଥ୍ୟବାନ୍‌ ଅନୁଭବ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ।

ସିଂହ: ଅଟକିଥିବା ଧନ ଫେରିପାଇବେ। ଆପଣଙ୍କ ଅଧୁରା କାମ ସହଜରେ ପୂରା ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ଦିନ ଭଲ ରହିବ। ସମସ୍ତ କାମ ଠିକ୍‌ଠାକ ରହିବ।

କନ୍ୟା: ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ। ସହଯୋଗୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ। ମନ ମୁତାବକ କାମ ପୂରା ହେବା ଦ୍ୱାରା ମନ ଖୁସି ରହିବ।

ତୁଳା: ଆପଣ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବେ। ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ମଜଭୁତ ହେବ। ଆତ୍ମବିଶ୍ୱାସ ବଢ଼ିବ। ଲଭ୍‌ମେଟଙ୍କ ପାଇଁ ଦିନଟି ଭଲ।

ବିଛା: କୌଣସି ସାଙ୍ଗ ସହିତ ଆପଣଙ୍କ ଭେଟ ହୋଇପାରେ। ଏହି ଭେଟ ଆପଣଙ୍କ ପାଇଁ ଲାଭଦାୟକ ହେବ। କୌଣସି ଶୁଭ ସମାଚାର ମିଳିପାରେ।

ଧନୁ: ଅଟକି ରହିଥିବା କାମ ପୂରା ହେବାର ସମ୍ଭାବନା ରହିଛି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ। ଧନଲାଭର ଅବସର ପ୍ରାପ୍ତ ହେବ।

ମକର: ଆପଣଙ୍କୁ ରୋଜଗାରର ନୂଆ ଅବସର ପ୍ରାପ୍ତ ହେବ। ପରିବାର ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ମଜଭୁତ ହେବ। କିଛି ନୂଆ କାମ ଶିଖିବାକୁ ମିଳିପାରେ।

କୁମ୍ଭ: ଆପଣ କୌଣସି ନୂଆ କାମର ପ୍ଲାନିଂ କରିବେ। ଆପଣଙ୍କ ଯୋଜନା ସଫଳ ମଧ୍ୟ ହେବ। ପରିବାର ଲୋକଙ୍କ ସହିତ ଖୁସିର ସମୟ ବିତାଇବେ।

ମୀନ: ଆପଣ ନିଜର ବୁଦ୍ଧି ବଳରେ ସବୁ କାମ ସମ୍ଭାଳି ନେବେ। ଜୀବନସାଥୀଙ୍କ ସହିତ କୌଣସି ତୀର୍ଥ ସ୍ଥଳକୁ ଯାତ୍ରା କରିବେ। ଛାତ୍ରମାନଙ୍କର ପାଠପଢ଼ାରେ ମନ ଲାଗିବ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp