ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍ |

ଦିନକୁ ଦିନ ଟ୍ଵିଟର ଆସୁଛି ଅବଡ଼େଟ ,ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍‌ । ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ପୂର୍ବରୁ ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍‌ର ଲାଭ ମିଳିବ ନାହିଁ । ତାଙ୍କ ଆକାଉଣ୍ଟରୁ ଆଜିଠାରୁ ଅର୍ଥାତ ଏପ୍ରିଲ ୨୦ ତାରିଖରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯିବ । ଯଦି ଆପଣ ଆପଣଙ୍କ ଟ୍ଵିଇଟର ଆକାଉଣ୍ଟର ବ୍ଲୁଟିକ୍‌ ପୁନର୍ବାର ଚାହୁଁଛନ୍ତି ଆପଣଙ୍କୁ ମାସିକ ଚାର୍ଜ ଦେବାକୁ ପଡ଼ିବ । ଏହି ଚାର୍ଜ ଟ୍ଵିଇଟର ନିକଟରେ ପୈଠ କରିବା ପରେ ଆପଣଙ୍କ ଆକାଉଣ୍ଟରେ ବ୍ଲୁଟିକ୍‌ ଆକ୍ଟିଭ ହୋଇଯିବ ।

ଟ୍ଵିଇଟର ଆକାଉଣ୍ଟରେ ବ୍ଲୁଟିକ୍‌ ମିଳିବା ପ୍ରକ୍ରିୟା ୨୦୦୯ରୁ ଆରମ୍ଭ ହୋଇଥିଲା । ଏହି ଟିକ୍‌ମାର୍କ ସବୁ ସମସ୍ତ ୟୁଜରଙ୍କୁ ମିଳି ନଥାଏ । ଏହି ଟିକ୍‌ମାର୍କ ସେମାନଙ୍କୁ ମିଳୁଥିଲା ଯିଏ ସମାଜରେ ପପୁଲାର ହୋଇଥିବେ । କୌଣସି ବଡ଼ ପ୍ରଶାସନିକ ଅଧିକାରୀ ବା ବ୍ୟକ୍ତି ହୋଇଥିବେ । ରାଜନୈତିକ ନେତା, ସେଲିବ୍ରେଟୀ, ସାମ୍ବାଦିକ ଓ ପ୍ରଭାବଶାଳୀଙ୍କୁ ଏହି ଟିକ୍‌ ମାର୍କ ମିଳୁଥିଲା । ସେମାନଙ୍କ ଆକାଉଣ୍ଟକୁ ଭେରିଫାଏ କରିକି ମାଗଣାରେ ବ୍ଲୁଟିକ୍‌ ଦିଆଯାଉଥିଲା । ଏଲନ ମସ୍କଙ୍କ ଆସିବା ପରେ ଟ୍ଵିଇଟରରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏଥିରେ ବ୍ଲୁଟିକ୍‌ ପାଇଁ ମାସିକ ଚାର୍ଜ ନେବା ମଧ୍ୟ ସାମିଲ ହୋଇଛି ।

ଗତବର୍ଷ ଅକ୍ଟୋବରରେ ଏଲନ ମସ୍କ ଟ୍ଵିଇଟରକୁ ୪୪ ଅରବ ଡଲାରରେ କିଣିଥିଲେ । ମସ୍କ ଟ୍ଵିଇଟରକୁ କିଣିବାପରେ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ସର୍ବ ପ୍ରଥମେ ମସ୍କ ଟ୍ଵିଇଟରରେ ଛଟେଇ ଆରମ୍ଭ କରିଥିଲେ । ଏଥିରେ ପୂର୍ବତନ ଟ୍ଵିଇଟର ସିଇଓ ପାରସ ଅଗ୍ରଓ୍ଵାଲ ସାମିଲ ଥିଲେ । ଏହାପରେ ବ୍ଲୁଟିକ୍‌ ପାଇଁ ଚାର୍ଜ ନେବା ଆରମ୍ଭ କରିଛନ୍ତି ମସ୍କ । ବ୍ଲୁଟିକ୍‌ ପାଇଁ ପ୍ରଥମେ ଆମେରିକା ଓ ଅନ୍ୟ ଦେଶର ୟୁଜରଙ୍କ ପାଇଁ ଚାର୍ଜ ନେବା ଆରମ୍ଭ କରିଥିଲେ ମସ୍କ । ଆଜିଠୁ ଭାରତରେ ଏହା ଲାଗୁ ହୋଇଛି । ଏବେ ଭାରତୀୟ ମାନଙ୍କୁ ମଧ୍ୟ ବ୍ଲୁଟିକ୍‌ ପାଇବା ପାଇଁ ମାସିକ ଚାର୍ଜ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp