ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା |
ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ସକାଳ ୮ ଟାରୁ ଆରମ୍ଭ ହୋଇlଥିବା ଏହି ପରୀକ୍ଷା ଦିନ ୧୦ଟା ଯାଏଁ ଚାଲିବ । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଉଛନ୍ତି ପିଲା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରିକ୍ଷାର୍ଥୀ ଫର୍ମ ଫିଲପ କରିଛନ୍ତି । ଏଥି ମଧ୍ୟରୁ ୫ ଲକ୍ଷ ୩୨ ହଜାର ୬୦୩ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ହାଇସ୍କୁଲ ସାର୍ଟିଫିକେଟ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାକୁ ମିଶାଇ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ବସିବେ। ୩୨୧୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି। ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ଏହା ଭିତରେ ରହିଛି ୨୨ଟି ଥାନା। କନ୍ଧମାଳ ଜିଲ୍ଲାରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ସମସ୍ତ ଜିଲ୍ଲାପାଳ, ଏସ ପି ଓ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ପୂର୍ବରୁ ଅଲୋଚନା କରିଛନ୍ତି। କପି ରୋକିବା ଦିଗରେ ଫୋକସ କରାଯାଇଛି। କଡା ସୁରକ୍ଷା ଭିତରେ ପରୀକ୍ଷା କେନ୍ଦ୍ର ଗୁଡିକୁ ପ୍ରଶ୍ନପତ୍ର ପହଞ୍ଚିଛି। ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଏସକଟ କରି ନେଇ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।