ଆଖି ନାଲି କେଉଁ କାରଣରୁ ହୋଇଥାଏ ।
ଆପଣ ମାନେ ଜାଣି ଥିବେ ବେଳେବେଳ କିଛି ଲୋକଙ୍କ ଆଖି ପ୍ରାୟତଃ ନାଲି ଦେଖାଯାଏ । ନାଲି ଆଖିର ସାଧାରଣ କାରଣ ହେଉଛି ଆଲର୍ଜି, ଶୁଖିଲା ଆଖି, କଣ୍ଟାକ୍ଟ ଲେନ୍ସ ଓଭରୱେୟାର ଏବଂ କଞ୍ଜୁକଟିଭାଇଟିସ୍ | ଆଲର୍ଜି ଜନସଂଖ୍ୟାର 40% କୁ ପ୍ରଭାବିତ କରିଥାଏ | ଆଲର୍ଜି ଆଖିର ଲକ୍ଷଣ ଆଖି ପୃଷ୍ଠର ପ୍ରଦାହ ହୋଇଥାଏ ଯେତେବେଳେ ପ୍ରତିରକ୍ଷା ପ୍ରଣାଳୀ ପଲିଥିନ, ପୋଷା ଡାଣ୍ଡର, ଘାସ କିମ୍ବା ତୃଣକ ପରି ଆଲର୍ଜେନ୍ ଉପରେ ଅତ୍ୟଧିକ ପ୍ରତିକ୍ରିୟା କରେ |ଆଖି ନାଲି ଥକାପଣ କାରଣରୁ ହୋଇଥାଏ । ଲାପଟପ କିମ୍ବା ଫୋନ ଅଧିକ ସମୟ ଧରି ଦେଖିବା ଦ୍ୱାରା ଆଖି ନାଲି ପଡିବାର ବଡ କାରଣ ହୋଇଥାଏ । ଅନେକ ଜୀବାଣୁ ମଧ୍ୟ ଏହି ସମସ୍ୟା ସୃଷ୍ଟି କରିପାରନ୍ତି । ଏହାଦ୍ୱାରା ଆଖି ପୋଡିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ନାଲି ଆଖିର କାରଣ କଣ ଏବଂ ଏହା ଘରୋଇ ଉପଚାର ମାଧ୍ୟମରେ କିପରି ଠିକ ହୋଇପାରିବ ଆସନ୍ତୁ ଜାଣିବା ।
ସଂକ୍ରମଣ କାରଣରୁ ଆଖି ନାଲି ପଡିଥାଏ । କୌଣସି ପ୍ରକାର ଭାଇରସ ବା ବ୍ୟାକ୍ଟେରିଆ ଆଖିକୁ ନାଲି କରିଦେଇଥାନ୍ତି । ଏହି ସଂକ୍ରମଣ ପାଇଁ ଆଖିରେ ପାଣି ବାହାରିଥାଏ । ଆଖିର ନାଲିପଣ ଏଲାର୍ଜି କାରଣରୁ ହୋଇଥାଏ । କିଛି ଲୋକଙ୍କୁ ଫୁଲର ବାସ୍ନା ପାଇଁ ଏଲାର୍ଜି ହୋଇଥାଏ । ଏହାଦ୍ୱାରା ବ୍ୟାପୁଥିବା ଏଲାର୍ଜି ପାଇଁ ଏବଂ ମାଟି ଧୂଳି ଉଡି ଆଖି ନାଲି ପଡିଥାଏ ।
କଣ୍ଟାକ୍ଟ ଲେନ୍ସ ବ୍ୟବହାର କାରଣରୁ ମଧ୍ୟ ଆଖି ନାଲି ପଡିଯାଏ । କିଛି ସମୟରେ ଲେନ୍ସକୁ ଆଖିରେ ଲଗାଇବା ଦ୍ୱାରା ଇନଫେକ୍ସନ ହୋଇ ଆଖି ପୋଡେ । ଯଦି ଆପଣ ଲେନ୍ସକୁ ରାତିରେ ପିନ୍ଧିକି ଶୋଉଛନ୍ତି ତେବେ ଏହା କ୍ଷତିକାରକ ହୋଇପାରେ । ଏହି କାରଣରୁ ଆଖିରେ ଥିବା କର୍ଣ୍ଣିଆ ଫୁଲିଥାଏ ।
ଯଦି ଆଖି ସର୍ବଦା ନାଲି ହୋଇ ରହୁଛି ତେବେ ଏହା ପଛରେ ବ୍ଲେଫରାଇଟିସ ନାମକ ଏକ ଭୟାନକ ରୋଗ ହୋଇପାରେ । ଏଥିରେ ଆଖିପତା କୁଣ୍ଡାଇ ହୋଇ ନାଲି ହୋଇଯାଏ । ବ୍ଲେଫରାଇଟିସ ରୋଗ ଖରାପ ବ୍ୟୁଟି ପ୍ରଡକ୍ଟ କାରଣରୁ ହୋଇଥାଏ । ଏକ୍ସପାୟର ବ୍ୟୁଟି ପ୍ରଡକ୍ଟ ଯଦି ଆଖିରେ ଲାଗାଉଛନ୍ତି ତେବେ ଏହି ରୋଗର ସାମ୍ନା କରିବାକୁ ପଡିଥାଏ ।