ଆଖି ଖୋଲୁନି ଗୋପାଳ ।
ସରିଛି ଗୋପାଳର ନାରୋକ ଟେଷ୍ଟ । ହେଲେ ଗୋପାଳ ସୋଇଛି ଅଚେତ୍ ଅବସ୍ଥାରେ । ଧୀରେ ଧୀରେ ଗୋପାଳକୁ ନେଇ ଚିନ୍ତା ବୃଦ୍ଧି ପାଉଛି । କାରଣ ତଦନ୍ତ କାରି ଅଧିକାରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଗୁମର ଫିଟାଇବା ପାଇଁ ଗୋପାଳ କୁ ନେଇ ଗୁଜୁରାଟ ଯାଇଥିଲେ କୁହାଯାଉଥିଲା କି ଗୋପାଳ କୁଆଡେ ଏଥର ସବୁସତ କ୍ରାଇମବ୍ରାଞ୍ଚ ସାମ୍ନାରେ ଓଗାଲି ପକାଇବ । ହେଲେ କିନ୍ତୁ କିଛି ଅଲଗା ଘଟଣା ଘଟିଥିଲା । କାରଣ ଗୁଜୁରାଟରେ ଗୋପାଳର ନାରକୋ ଟେଷ୍ଟ ସରିଥିବା ବେଳେ ଆସୁନି ଗୋପାଳ ର ଚେତା । ଗୋପାଳ ଏବେ ଅଚେତ୍ ଅବସ୍ଥାରେ ସୋଇ ରହିଛି । ଆଉ ଯାହାକୁ ନେଇ ସାଧାରଣ ରେ ଚର୍ଚ୍ଚା ଆଲୋଚନା ବେଶ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯେତେବେଳେ ଗୋପାଳ ଗୁଜୁରାଟ ଅଭିମୁଖେ ଯାତ୍ରା କରିଥିଲା ସେତେବେଳେ ଗୋପାଳର ହସ କିଛି ଭିନ୍ନ କଥା କହୁଥିଲା । ସେତେବେଳେ ଗୋପାଳର ହସ କିଛି ଭିନ୍ନ ଇଶାରା ଦେଉଥିଲା । ହେଲେ ବର୍ତ୍ତମାନ ସବୁକିଛି ବଦଳି ଯାଇଛି । ନବ ଦାସଙ୍କ ହତ୍ୟାକାରୀ ଗୋପାଳର ଚେତା ପଲାଇ ଯାଇଛି । ତଦନ୍ତକାରୀ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି ହତ୍ୟାକାରୀ ଗୋପାଳ ଉପରେ । କେବେ ଫେରିବ ଗୋପାଳର ଚେତା ?