ଆଖିକୁ ଝଲସେଇ ଦେଉଛି କନ୍ଧମାଳର ଲୋକେସନ |
ଓଡିଶା ହଉଛି କଳା,ସ୍କୁତିର ତଥା ପ୍ରାକୃତିକ ପରିବେଶରେ ପରିବେଷ୍ଟିତ |ଓଡ଼ିଶାର ସବୁ ଜିଲାରୁ ଠାରୁ ନିଆରା ଜିଲା ହଉଛି କନ୍ଧମାଳ ଜିଲ୍ଲା । ଆଖିକୁ ଝଲସେଇ ଦେଲା ଭଳି ଲୋକେସନ ରହିଛି ଏହି ଜିଲ୍ଲାରେ । ଦାରିଙ୍ଗିବାଡ଼ିକୁ କୁହାଯାଏ ଓଡ଼ିଶାର କାଶ୍ମୀର । କନ୍ଧମାଳ ନିଜ ପାଖକୁ ଟାଣି ଆଣିଛି ସିନେମା ପ୍ରଜୋଜକ ତଥା ନିର୍ଦ୍ଦେଶକଙ୍କୁ । କନ୍ଧମାଳର ବିଭିନ୍ନ ଲୋକେସନରେ ସୁଟିଂଙ୍ଗ ଚାଲିଛି ଓଡ଼ିଆ ସିନେମା ବିଗୁଲ ।
ଘଞ୍ଚ ବାନାନୀ ସାଙ୍ଗକୁ ପର୍ବତମାଳା । ଝରଣା ଓ ଜଳପ୍ରପାତରେ ପରିପୂର୍ଣ୍ଣ । ସେହିପରି ଜାତୀୟ ରାଜପଥ କଡ଼େ କଡ଼େ ପାହାଡ଼ ସାଙ୍ଗକୁ ଶାଳବଣ । ଏହାସହ ପାଇନ ବଣର ପ୍ରାକୃତିକ ସୌନ୍ଦର୍ଯ୍ୟ । ଏପରି ସୌନ୍ଦର୍ଯ୍ୟତା ରହିଛି ପ୍ରାକୃତିକ ପରିବେଶରେ ପରିବେଷ୍ଟିତ କନ୍ଧମାଳ ଜିଲ୍ଲାରେ । ଆଖିକୁ ଝଲସେଇ ଦେଲା ଭଳି ଲୋକେସନ ରହିଛି ଏହି ଜିଲ୍ଲାରେ । ଏହି ଜିଲ୍ଲାରେ ଥିବା ଦାରିଙ୍ଗିବାଡ଼ିକୁ କୁହାଯାଏ ଓଡ଼ିଶାର କାଶ୍ମୀର । କେବଳ ସେତିକି ନୁହେଁ ଏଠିକାର ଗାଁ ମାନଙ୍କର ଆଦିବାସୀ ଅଧିବାସୀଙ୍କ ନିଚ୍ଛକ ପରମ୍ପରା ବାନ୍ଧିରଖେ ପର୍ଯ୍ୟଟକଙ୍କୁ । କହିବାକୁ ଗଲେ ସମୟ ଅନୁସାରେ ସବୁକିଛି ବଦଳିଛି । ବିକାଶ ଧାରାରେ ବଢିଛି ଜିଲ୍ଲା । ହେଲେ ବଦଳିନି କନ୍ଧମାଳ । ତାର ସେହି ପ୍ରାକୃତିକ ଶୋଭାରାଜି ଓ ପରମ୍ପରା ଆଜିବି ଦେଖିବାକୁ ମିଳେ । ଏପରି ଲୋକେସନରେ ଭରା ଥିବା କନ୍ଧମାଳ ନିଜ ପାଖକୁ ଟାଣି ଆଣିଛି ସିନେମା ପ୍ରଜୋଜକ ତଥା ନିର୍ଦ୍ଦେଶକଙ୍କୁ । ଏହାରି ଭିତରେ କନ୍ଧମାଳର ବିଭିନ୍ନ ଲୋକେସନରେ ସୁଟିଂଙ୍ଗ ଚାଲିଛି ଓଡ଼ିଆ ସିନେମା ବିଗୁଲ ।
କନ୍ଧମାଳକୁ ନେଇ ନିର୍ମିତି ହୋଇଛି ସିନେମାର କାହାଣୀ । ନିଆରା କାହାଣୀ ସହ ରହିଛି କନ୍ଧମାଳର ଚିତ୍ର ଓ ଚରିତ୍ର । ନିଛକ ଆଦିବାସୀ ପରମ୍ପରାକୁ ନେଇ ତିଆରି ହୋଇଛି ସିନେମା । ଏହାସହ ରହିଛି ଜୀବନ ଜୀବିକାର କାହାଣୀ । କନ୍ଧମାଳର ବିଭିନ୍ନ ଆଦିବାସୀ ବହୁଳ ଗାଁରେ ସୁଟିଂ ହୋଇଛି ଏହି ସିନେମା । ଏପରିକି ଗାଁର ଛୋଟ ଛୋଟ ଛୁଆଙ୍କୁ ସିନେମାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଏହାସହ କନ୍ଧମାଳରେ ଥିବା ବିଭିନ୍ନ ସମସ୍ୟାକୁ ମଧ୍ୟ ଦର୍ଶାଯାଇଛି ଏହି ସିନେମାରେ । କନ୍ଧମାଳର ହଳଦୀଠୁ ଜାତୀୟ ରାଜପଥରେ ଘଟୁଥିବା ଅପରାଧକୁ ଦର୍ଶାଯାଇଛି । ପିଲା ସାଲୁଙ୍କି ନଦୀ ଅବବାହିକା, ବିଶିପଡ଼ା ଫରେଷ୍ଟ ରେଞ୍ଜ, ପାଇନ ବଣ, ସାଇଲେଟିଂ ଭ୍ୟାଲି, ଲଭର୍ସ ପଏଣ୍ଟ, କାଶିନି ପଦର, ସଲପ ସାହି, ମାଝୀପଡା, ବନ୍ଧଗଡ ଓ ଉର୍ମାଗଡ ଜଳପ୍ରପାତରେ ବିଗୁଲର ସୁଟିଂ କରାଯାଇଛି ।