ଆକ୍ସନ୍ ମୋଡରେ NIA ।
ଜାତୀୟ ତଦନ୍ତକାରୀ ଦଳ (NIA) ଗ୍ୟାଙ୍ଗଷ୍ଟର ଫଣ୍ଡିଂ ମାମଲାକୁ ନେଇ ଦେଶର ପ୍ରାୟ ୭୦ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଚଢ଼ଉ କରିଛି। ଏପର୍ଯ୍ୟନ୍ତ ଏନ୍ଆଇଏ ଉତ୍ତରପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହରିଆଣା ଏବଂ ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀରେ ଏହି ଚଢ଼ଉ କରାଯାଉଛି। ଏହା ସଙ୍ଗରେ ସବୁ ସ୍ଥାନରେ ଚଢଉ କରୁଛି ଏନ୍ଆଇଏ ।
ୟୁପିର ପିଲ୍ଭିଟ୍ ଏନ୍ଆଇଏ କର୍ମଚାରୀମାନେ ଜଣେ ଅସ୍ତ୍ର ଯୋଗଣାକାରୀଙ୍କ ଘରେ ଚଢ଼ାଉ କରୁଥିବା ସୂଚନା ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚଢ଼ାଉ ସମୟରେ ଯୋଗାଣକାରୀର ଘରୁ ପାକିସ୍ଥାନରୁ ଆସିଥିବା ଅସ୍ତ୍ର ଜବତ ହୋଇଛି।ପୂର୍ବରୁ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ନୋଇ ଏବଂ ନୀରଜ ବବାନା ଗ୍ୟାଙ୍ଗ୍ର କିଛି ସଦସ୍ୟଙ୍କୁ ଏନ୍ଆଇଏ ପଚରାଉଚରା କରି ଯେଉଁ ତଥ୍ୟ ସଂଗ୍ରହ କରିଥିବା ତାହାରି ଆଧାରରେ ଏହି ଚଢ଼ାଉ ହେଉଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଆଜି ହେଉଥିବା ଏହି ଚଢ଼ାଉରେ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇ ସାରିଲାଣି।
ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆଇଏସ୍ଆଇ ସହ ଗ୍ୟାଙ୍ଗ୍ଷ୍ଟର୍ମାନଙ୍କ ସଂପୃକ୍ତି ସଂପର୍କରେ ସୂଚନା ପାଇବା ପରେ ଜାତୀୟ ତଦନ୍ତକାରୀ ଦଳ ଆଜିକୁ ମିଶାଇ ୪ ଥର ଚଢ଼ାଉ କରି ସାରିଲାଣି। ବେଆଇନ୍ କାର୍ୟ୍ୟକଳାପ ଅଧିନିୟମ ଅନୁଯାୟୀ ଅନେକ ଗ୍ୟାଙ୍ଗ୍ଷ୍ଟର୍ଙ୍କୁ ଗିରଫ ବି କରାଯାଇଛି।