ଆଇପିଏଲ ବିବାଦ: ଲକ୍ଷ୍ନୌ ସୁପରଜିଆଣ୍ଟସ ମ୍ୟାଚରେ ଖେଳାଳିଙ୍କ ଉପରକୁ ନଟ୍‌ ବୋଲ୍ଟ ପକାଇଲେ ଫ୍ୟାନ୍ସ |

ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମ୍‌ ପିଛା ଛାଡୁନି ବିବାଦ । ପୁଣିଥରେ ମ୍ୟାଚ୍‌ ମଝିରେ ଗୌତମ ଗମ୍ଭୀରଙ୍କୁ ଚିଡାଇବା ପାଇଁ ଖେଳାଳିଙ୍କ ଉପରକୁ ନଟ୍‌ ବୋଲ୍ଟ ପକାଇଲେ ଫ୍ୟାନ୍ସ । ଜଣ୍ଟି ରୋଡ୍ସ କଲେ ଖୁଲାସା ।

ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ହୋଇଥିବା ମ୍ୟାଚରେ ପୁଣି ଦେଖାଦେଲା ହଙ୍ଗାମା । ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଫ୍ୟାନ୍ସ ଗମ୍ଭୀରଙ୍କୁ ଚିଡାଇବା ପାଇଁ ବିରାଟଙ୍କ ନାରା ଦେଇଥିଲେ । ଏହାସହିତ ଡଗଆଉଟକୁ ନଟ ବୋଲ୍ଟ ଫୋପାଡିଥିଲେ । କେବଳ ଡଗଆଉଟକୁ ନୁହେଁ ବରଂ ଖେଳାଳିଙ୍କ ଉପରକୁ ନଟ ବୋଲ୍ଟ ଫିଙ୍ଗାଯାଇଥିଲା ବୋଲି ଟିମର ଫିଲ୍ଡିଂ କୋଚ ଜଣ୍ଟି ରୋଡସ କହିଛନ୍ତି ।

ଟ୍ଵିଟ୍‌ କରି ଜଣ୍ଟି ରୋଡସ୍‌ କହିଛନ୍ତି, ଡଗ୍‌ଆଉଟ ନୁହେଁ, ବରଂ ଖେଳାଳିଙ୍କ ଉପରକୁ ନଟ୍‌ ବୋଲ୍ଟ ପକାଯାଇଛି । ଲଂଗ ଅନରେ ଫିଲ୍ଡିଂ କରୁଥିବା ପ୍ରେରକ ମଙ୍କଡଙ୍କ ଉପରକୁ ଏହାକୁ ଫିଙ୍ଗାଯାଇଥିଲା । ଏହି ଘଟଣାରେ ହାଇଦ୍ରାବାଦର ୧୯ ଓଭରରେ ଘଟିଥିଲା । ଆବେଶ ଖାନ ଅବ୍ଦୁଲ ସମଦଙ୍କୁ ବିମର ବୋଲିଂ କରିଥିଲେ । ଯାହାକୁ ନୋ ବଲ୍‌ ଦେଇନଥିଲେ ଅମ୍ପାୟର । ସନରାଇଜର୍ସ ହାଇଦ୍ରାବାଦ ଏହାପରେ ଡିଆରଏସ ନେଇଥିଲା କିନ୍ତୁ ତୃତୀୟ ଅମ୍ପାୟର ଏହାକୁ ନୋ ବଲ୍‌ ବୋଲି କହିଥିଲେ ।

ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ପରେ ସମଦଙ୍କ ସହିତ ବ୍ୟାଟିଂ କରୁଥିବା ହେନରିକ କଲାସେନ ମଧ୍ୟ ଅମ୍ପାୟରଙ୍କ ସହିତ କଥା ହେବା ପରେ ପୁଣି ଦେଖିବା ପରେ ବଲ୍‌ ନୋ ବଲ୍‌ ନଥିଲା ବୋଲି ଜଣାପଡିଥିଲା । ଏହି ସମୟରେ ଡଗଆଉଟରେ ପଛରେ ବସିଥିବା ଫ୍ୟାନ୍ସ ଗୌତମ ଗମ୍ଭୀରଙ୍କୁ ଚିଡାଇବା ପାଇଁ କୋହଲି କୋହଲି ଚିତ୍କାର କରିଥିଲେ । ଏହି ସମୟରେ ଗୌତମ ଗମ୍ଭୀର ସହିତ ଅନ୍ୟ ଖେଳାଳି ଡଗଆଉଟରୁ ଉଠି ବାହାରକୁ ଆସିଥିଲେ । ଏହି ସମୟରେ ଏଭଳି କାଣ୍ଡ ଘଟିଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp