ଆଇପିଏଲ୍‌ରେ ବିରାଟ କୋହଲିଙ୍କ ଦମ୍‌ଦାର ଶତକ

ବିରାଟ କୋହଲିଙ୍କ ଶତକ ଓ ଡ୍ୟୁପ୍ଲେସିସଙ୍କ ୭୧ରନ୍‌ ବଳରେ ଜିତିଲା RCB । ୬୩ଟି ବଲ୍‌ ଖେଳି ୪ଟି ଛକା ଓ ୧୨ଟି ଚୌକା ସହ ଶତକ ହାସଲ କରିଥିଲେ ବିରାଟ କୋହଲି |ଆଇପିଏଲ୍‌ରେ ବିରାଟ କୋହଲିଙ୍କ ଦମ୍‌ଦାର ଶତକ । ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ହାଇଦ୍ରାବାଦକୁ ୮ ଓ୍ଵିକେଟରେ ହରାଇଲା ବାଙ୍ଗଲୋର। ଏହା ଆଇପିଏଲରେ ବିରାଟଙ୍କ ଷଷ୍ଠ ଶତକ । ବାଙ୍ଗାଲୋର ଆଗରେ ୧୮୭ ରନ୍‌ର ଟାର୍ଗେଟ ରଖିଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ । ଦମ୍‌ଦାର ଇନିଂସ ପାଇଁ ବିରାଟଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ ଆୱାର୍ଡ ମିଳିଛି ।ଏହି ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp