ଆଇପିଏଲରେ ରେକର୍ଡ କଲେ ବିରାଟ |

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ବିରାଟ କୋହିଲ ଏହି ମ୍ୟାଚ୍‌ରେ ଚତ୍ମକାର ଅର୍ଦ୍ଧଶତକ ହାସଲ କରିବା ସହ ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଛନ୍ତି। ସେ ୪୯ ବଲରେ ଅପରାଜିତ ୮୨ ରନର ଇନିଂସ ଖେଳି ଦଳକୁ ୨୨ ବଲ ପୂର୍ବରୁ ୮ ୱିକେଟରେ ବିଜୟ କରାଇଛନ୍ତି।

ଏହି ଇନିଂସ ପରେ ବିରାଟ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଆଇପିଏଲରେ ୫୦ ଥର ପାଇଁ ୫୦ରୁ ଅଧିକ ରନ କରିବାର ରେକର୍ଡ କରିଛନ୍ତି। ବିରାଟ ପ୍ରଥମ ଭାରତୀୟ ଭାବେ ଏପରି ରେକର୍ଡର ଅଧିକାରୀ ହୋଇଛନ୍ତି। ତେବେ ଆଇପିଏଲରେ ସବୁଠାରୁ ଅଧିକ ଥର ୫୦ରୁ ଅଧିକ ରନ କରିଥିବା ତାଲିକାରେ ଡାଭିଡ ୱାର୍ଣ୍ଣର ୧ନଂ ସ୍ଥାନରେ ରହିଛନ୍ତି। ସେ ୬୦ ଥର ଏପରି କରିଥିବା ବେଳେ ୪୯ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ କରି ପଞ୍ଜାବ କିଙ୍ଗସ ଅଧିନାୟକ ଶିଖର ଧୱନ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। କୋହଲି ବର୍ତ୍ତମାନ ସୁଦ୍ଧା ଆଇପିଏଲରେ ୪୫ଟି ଅର୍ଦ୍ଧଶତକ ଓ ୫ଟି ଶତକ ହାସଲ କରିଛନ୍ତି।

ମ୍ୟାଚ୍‌ କଥା ବିଚାରକୁ ନେଲେ ମୁମ୍ବାଇ ଇଣ୍ଡିଆନ୍ସ ଦେଇଥିବା ୧୭୨ ରନର ଟାର୍ଗେଟକୁ ଆରସିବି ବେଶ ସହଜରେ ହାସଲ କରି ନେଇଛି। ବିରାଟ ଓ ଫାଫ ଡୁପ୍ଲେସିସି ପ୍ରଥମ ୱିକେଟ ପାଇଁ ୧୪୮ ରନ ଯୋଡ଼ି ଦଳର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ। ଡୁପ୍ଲେସିସି ୭୩ ରନ କରି ଆଉଟ ହୋଇଥିଲେ ହେଁ ବିରାଟ ଶେଷ ଯାଏ ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp