ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନା ହୋଇଗଲେକି ଅଲଗା ?

ବିଗ୍ ବସ୍ ୧୩ ଯୋଡି ଅସୀମ ରିଆଜ୍ ଏବଂ ହିମାନସି ଖୁରାନା ଅନ୍ୟତମ | ରିୟଲିଟି ସୋ’ରେ ଦୁହେଁ ପରସ୍ପରକୁ ଭେଟିଥିଲେ ଏବଂ ପରେ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। ତେବେ ନିକଟରେ ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ଅନଲାଇନ କରିବା ପରେ ସେମାନଙ୍କ ବ୍ରେକଅପ୍ ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା।
ଏହି ସିଜିନରେ ପ୍ରତିଯୋଗୀ ଭାବେ ଭାଗନେଇଥିବା ​​ଆସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କୁ ତ ଆପଣ ଜାଣିଥିବେ ନିହାତୀ। ତେବେ ଏହି କପଲଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଗବସ୍ ସିଜିନରେ ​ଅସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ଦୁହିଁଙ୍କ ବନ୍ଧୁତାକୁ ଲୋକେ ବହୁତ ପସନ୍ଦ କରିଥିଲେ।

ସୋ ସରିବା ପରେ ​​ସୀମ ରିଆଜ୍ ଏବଂ ହିମାଂଶୀ ଖୁରାନାଙ୍କ ଅନେକ ମ୍ଯୁଜିକ ଭିଡିଓ ଆସିଥିଲା। ଯେଉଁଥିରେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କ ବେଶ ପସନ୍ଦ ଆସିଥିଲା। ହେଲେ ଏହି ଲଭ୍ ବାର୍ଡଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର। ଅସୀମ ଏବଂ ହିମାଂଶୀଙ୍କ ପ୍ରେମ କାହାଣୀରେ ଫୁଲ୍ ଷ୍ଟପ୍ ପଡିଥିବା ଖବର ଏବେ ଭାଇରାଲ୍ ହେବାରେ ଲାଗିଛି।

ସମ୍ପ୍ରତି ଅଭିନେତା ଅସୀମ ରିଆଜ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ଜଣକ କହିଛନ୍ତି ଯେ ଲୋକମାନେ ଧର୍ମ ବିଷୟରେ କଥାବାର୍ତ୍ତା କରନ୍ତି। କିନ୍ତୁ ସେମାନଙ୍କ ଦିନ ଭୁଲ୍ ରୁ ହିଁ ଆରମ୍ଭ ହୋଇଥାଏ। ଏହି ମନ୍ତବ୍ୟ ପରଠାରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଦୁହେଁ ଅଲଗା ହୋଇଯାଇଛନ୍ତି, ଯଦିଓ କୌଣସି ନିଶ୍ଚିତତା ନାହିଁ ଏହି ଖବର ଉପରେ, କିନ୍ତୁ ଅଭିନେତ୍ରୀଙ୍କ ପୋଷ୍ଟ ସୂଚାଇ ଦେଉଛି ଯେ ଉଭୟଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ। ଉଭୟଙ୍କ ପ୍ରଶଂସକମାନଙ୍କୁ ଏହି ଖବର ନିରାଶ କରିବା ସହିତ ସେମାନଙ୍କ ହୃଦୟ ଭାଙ୍ଗିବା ପରି ମନେହେଇଛି। କାରଣ ଉଭୟ ପ୍ରଶଂସକଙ୍କ ପାଇଁ ବହୁତ ସୁନ୍ଦର ଦମ୍ପତି ଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp