ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି

ଆଜିଠୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅସ୍ତବ୍ୟସ୍ତ କରୁଛି ଖରା। ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ତାତି ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି। ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ତାପମାତ୍ରା ୪୨.୮ ଡିଗ୍ରୀ ସେଲସିୟସ ପାର କରିଛି। ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୦. ୮, କେନ୍ଦୁଝରରେ ୪୦ ଡିଗ୍ରୀ ପାର କରିଛି ପାରା। ଚାନ୍ଦବାଲିର ତାପମାତ୍ରା ୩୯. ୨ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରେ ପାରା ୩୮. ୬ ରହିଥିବା ସୂଚନା ମିଳୁଛି।

ଆଜିଠୁ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ୧୧ ଜିଲ୍ଲା ଓ ୧୯ ତାରିଖରେ ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp