ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତକୁ ଝଟକା |

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ ।ତୃତୀୟ ଦିନ ଖେଳ ପରେ ଶ୍ରେୟସ ପିଠିର ତଳ ଭାଗରେ ଯନ୍ତ୍ରଣା ହେଉଥିବା ନେଇ ଟିମ ମ୍ୟାନେଜମେଣ୍ଟକୁ ଜଣାଇଥିଲେ । ଏହାପରେ ତାଙ୍କର ସ୍କାନିଂ ପାଇଁ ମେଡିକାଲ ପଠାଯାଇଥିବା ବେଳେ ବିସିସିଆଇର ଏକ ମେଡିକାଲ ଟିମ ତାଙ୍କ ଉପରେ ଲଗାତାର ନଜର ରଖିଛି । ଏଥିପାଇଁ ଭାରତର ପ୍ରଥମ ପାଳିରେ ସେ ବ୍ୟାଟିଂ ପାଇଁ ମଧ୍ୟ ଆସିନଥିଲେ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ପାଇଁ ପଠାଇଥିଲେ ରୋହିତ ।

ଆହତ ସମସ୍ୟା ଯୋଗୁଁ ସେ ସିରିଜର ପ୍ରଥମ ଟେଷ୍ଟରୁ ବାଦ୍ ପଡିଥିଲେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପିଠିରେ ଆଘାତ ପାଇଥିଲେ ଶ୍ରେୟସ ଆୟର । ଏହି ସମସ୍ୟା ପୁଣିଥରେ ଦେଖା ଦେଇଥିବାରୁ ଏହା ଏବେ ଶ୍ରେୟସ ଏବଂ ଟିମ ଇଣ୍ଡିଆ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp