ଅଲ୍ଲୁ ଅର୍ଜୁନ୍‌ଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ‘ପୁଷ୍ପା-୨’ର ଟିଜର

ପୁଷ୍ପା: ଦ ରାଇଜ୍ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ଏବେ ସେହି ଅପେକ୍ଷାର ଅନ୍ତ ଘଟିଛି। ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କୁ କିଏ ବା ନ ଜାଣେ। ନିଜର ଦମ୍‌ଦାର ଆକ୍ଟିଂ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଲ୍ଲୁ ଅର୍ଜୁନ୍‌। ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍‌ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିକି ରହିଥିଲା। ଯାହାକୁ ଦେଖିବ ପୁଷ୍ପା… ଝୁକେଗା ନେହିଁ ଶାଲା ଡାଇଲଗ୍‌ କହୁଥିଲେ। ଏହି ଡାଇଲଗ୍‌ ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ଛୋଟ ପିଲାମାନେ ବି ଏହାକୁ କପି କରୁଥିଲେ। ତେବେ ଏହାରି ଭିତରେ ପୁଣି ଶେଷ ହୋଇଛି ବହୁ ଦିନର ଅପେକ୍ଷା।ରିଲିଜ୍ କରାଯାଇଥିବା ଟିଜରରେ ପୁଷ୍ପା ମରିଯାଇଥିବା କୁହାଯାଉଥିବା ବେଳେ ଶେଷରେ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରୁ ଜଣାପଡ଼ିଛି ଯେ ପୁଷ୍ପା ଏବେ ବି ଜୀବିତ ଅଛି। ଏହା ଶୁଣି ଲୋକେ ଖୁସି ହେଉଛନ୍ତି। ଟିଜରକୁ ଦେଖିଲେ ପୁଷ୍ପା-୨, ପ୍ରଥମ ଭାଗ ଭଳି ସଫଳ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅନ୍ୟ ପକ୍ଷରେ ଅଲ୍ଲୁ ନିଜ ଟ୍ବିଟର ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ସେ ଶାଢ଼ି ପିନ୍ଧିଥିବା ସହ ହାର ଓ କାନଫୁଲ ପିନ୍ଧିଛନ୍ତି। ତାଙ୍କର ଏହି ଲୁକ୍ ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଛି, କାରଣ ଟିଜରରେ ଅଲ୍ଲୁଙ୍କ ଏହି ଲୁକ୍ ଦେଖାଯାଇନାହିଁ।

ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯୋଜନା କରୁଛନ୍ତି ନିର୍ମାତା। ତେବେ ପୂର୍ବରୁ ସୂଚନା ମିଳିଥିଲା ଯେ, ଏପର୍ଯ୍ୟନ୍ତ ପୁଷ୍ପା-୨ର ଯାହା ବି ସୁଟିଂ ହୋଇଛି, ତାକୁ ନେଇ ଖୁସିନାହାନ୍ତି ନିର୍ଦ୍ଦେଶକ ସୁକୁମାର। ଏଥିପାଇଁ ସେ ପୁଣି ଥରେ ଆରମ୍ଭରୁ ଫିଲ୍ମର ସୁଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏମଧ୍ୟରେ ଫିଲ୍ମଟି କେବେ ରିଲିଜ୍ ହେବ, ତାହା ସ୍ପଷ୍ଟ ହୋଇନାହିଁ।

ତେବେ ଏହି ପୋଷ୍ଟରରେ ବିଭିନ୍ନ ଲୋକ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ‘ଭାଉ ଏକଦମ୍ ଝକାସ୍…ଏଥର ଜମାରୁ ନଇଁବନି। .ସେହିଭଳି ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି ‘ ଆଉ ଜମାରୁ ଅପେକ୍ଷା କରିହେଉନି’।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp