ଅର୍ଚ୍ଚନା ଭଳି ହେବନି ତ ଗୋପାଳ ।

ଏବେ ଓଡିଶା ବାସୀଙ୍କ ମନରେ ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କି ମାରୁଛି । କେତେ ବାଟ ଗଲା ନାଗ ଚାନ୍ଦ ଦମ୍ପତିଙ୍କ ଘଟଣା । ଇଡି ଏତେ ଘାଣ୍ଟିଲା ଆଉ କଣ ପାଇଲା । ସାରା ରାଜ୍ୟରେ ନାଗ ଚାନ୍ଦ ଦମ୍ପତ୍ତିଙ୍କ ବ୍ଲାକମେଲ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଲା । ଓଡିଶା ବାସୀଙ୍କ ଟିଭି ଆଗରେ ଅନ ବରତ ଗୋଟିଏ ଘଟଣା ଲାଗି ରହିଲା । ପ୍ରତ୍ୟକ ଦିନ ସକାଳ ହେଲେ ଲୋକେ ଭାବୁଥିଲେ ଇଡି ଏହି ଘଟଣା ପଛରେ ଥିବା ସତ ରହସ୍ୟ ସାମ୍ନାକୁ ଆଣିବ । ମାତ୍ର ସାଧାରଣ ଜନତାଙ୍କ ଭାବନା ଭୁଲ ଥିଲା । ଇଡି ଘାଣ୍ଟିଲା ଆଉ ଘଟଣା ପଛର ରହସ୍ୟ କେହି ଜାଣି ପାରିଲେ ନାହିଁ । ଏବେ ଗୋପାଳ ଦାସ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ବେଶ ସକ୍ରିୟ ଥିବା ମନେ ହେଉଥିଲା । ଲୋକଙ୍କ ଭରସା ଥିଲା ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ପରଦା ନିହାତି ଭାବେ ଉଠିବ। ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁକୁ ଏକ ମାସ ପୁରିବାକୁ ଥିବା ବେଳେ ଏବେ ବି ତାହା ରହସ୍ୟ ହୋଇ ରହିଛି । ଆଉ ସେପଟେ ଲୋକେ ଏହା ମଧ୍ୟ କହିବାକୁ ଆରମ୍ଭ କଲେଣି କି ଅର୍ଚ୍ଚନା ଘଟଣା ଭଳି ଦିନେ ଗୋପାଳ ଦାସଙ୍କ ଘଟଣା ମଧ୍ୟ ନିରବି ଯିବ । ଏବେ ଲୋକେ ଅର୍ଚ୍ଚନାକୁ ଭୁଲି ଯିବାକୁ ବସିଛନ୍ତି ଆଉ କିଛି ଦିନ ପରେ ଭୁଲିଯିବେ ଗୋପାଳ ଦାସଙ୍କୁ ।

ଆଉ ଏଭଳି ଘଟଣା ଓଡିଶା ପାଇଁ କିଛି ନୂଆ କଥା ନୁହେଁ । ଏମିତି ଅନେକ ସାରା ଘଟଣା ଓଡିଶାରେ ଘଟିଛି ଯାହା ଏକ ମାସ ପର୍ଯ୍ୟନ୍ତ ବେଶ ଚର୍ଚ୍ଚାରେ ରହିଛି ହେଲେ ପର୍ବବର୍ତୀ ସମୟରେ ସେହି ଘଟଣାର ରହସ୍ୟ ଉନ୍ମୋଚିତ ନ ହୋଇ କେଶ ଫାଇଲରେ ସୀମିତ ହୋଇ ରହି ଯାଇଛି । ସତ ସାମ୍ନାକୁ ଆସିବ ଲୋକେ ଚାହିଁ ଚାହିଁ ନିରାଶ ହୋଇଛନ୍ତି । ତେବେ ବର୍ତ୍ତମାନ ଗୋପାଳ ଦାସ ଘଟଣା ଉପରେ ସାରା ଓଡିଶାବାସୀଙ୍କ ନଜର ରହିଥିବା ବେଳେ ଏହି ଘଟଣା ଉପରୁ ପରଦା ହଟିବ ନା ଏହା ମଧ୍ୟ ରାଜନୈତିକ ଚାପରେ ଚେପା ହୋଇଯିବ ତାହା ଏବେ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କଲାଣି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp