ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭବ୍ୟ ମନ୍ଦିର |

ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଭବ୍ୟ ମନ୍ଦିର |ଯୋଗୀ ଆଦିତ୍ୟନାଥଙ୍କର ଏହି ମନ୍ଦିର ଥିଲା ବହୁ ସପ୍ନ ହେଲେ ଏବେ ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି ତାଙ୍କର ସମର୍ଥକମାନେ । ଏହି ମନ୍ଦିରର ନିର୍ମାଣ ଯୋଗୀଙ୍କ ପ୍ରଚାରକ ପ୍ରଭାକର ମୌର୍ଯ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । ଏନେଇ ଚଳିତମାସ ୨୪ ତାରିଖରେ ଭୂମି ପୂଜନ ହେବାକୁ ଯାଉଛି । ଏହି ଭୂମିପୂଜନ ଉତ୍ସବରେ ରାମଲାଲାଙ୍କ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରିବେ । ଏହି ଅବସରରେ ହନୁମାନଗଢୀର ପୂଜାରୀ ରାଜୁ ଦାସଙ୍କ ସମେତ ଅନେକ ସନ୍ଥ ସାମିଲ ହେବେ ବୋଲି କୁହାଯାଇଛି ।

ସୂଚନା ମୁତାବକ ଶ୍ରୀଯୋଗୀଙ୍କର ଏହି ମନ୍ଦିରର ଉଚ୍ଚତା ୧୦୧ ଫୁଟ ରହିବ । ଏହା ସହ ମନ୍ଦିରର ଲମ୍ବ ଓ ପ୍ରସ୍ଥ ୫୦ଫୁଟ ଲେଖାଏଁ ରହିବ । ଏହି ମନ୍ଦିର ନିର୍ମାଣରେ ଆନୁମାନିକ ୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଠାରେ ପ୍ରଶ୍ନ ଉଠୁଛି କି, ଏତେ ଟଙ୍କା କେଉଁଠୁ ଆସିବ ? ଏନେଇ ପ୍ରଭାକର ମୌର୍ଯ୍ୟ ସ୍ପଷ୍ଟ କରିଛନ୍ତି କି, ତାଙ୍କ ୟୁଟ୍ୟୁବ ଚ୍ୟାନେଲରୁ ମିଳୁଥିବା ଟଙ୍କା ସହ କିଛି ମୁସଲିମ ସମର୍ଥକଙ୍କ ଦାନରେ ଏହି ମନ୍ଦିର ନିର୍ମାଣ କରାଯିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp