ଅମିତ ଶାହାଙ୍କ ଗସ୍ତ ବେଳେ ସୁରକ୍ଷା ବଳୟ ଭଙ୍ଗ

ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ସୁରକ୍ଷା ବଳୟକୁ ଭାଙ୍ଗିଥିବା ଦୁଇ ଛାତ୍ରଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ଦୁଇ ଛାତ୍ର ବେଙ୍ଗାଲୁରର ହୋଇଥିବା ବେଳେ ଉଭୟଙ୍କର ନାମ ଇମ୍ରାନ ଓ ଜିବ୍ରନ ବୋଲି ସୂଚନା ମିଳୁଛି ।ଅମିତ ଶାହା କର୍ଣ୍ଣାଟକ ଗସ୍ତ ସମାପ୍ତ କରି ନୂଆଦିଲ୍ଲୀ ଫେରିବା ପାଇଁ ହାଲ ଏୟାରପୋର୍ଟକୁ ଯାଉଥିବା ବେଳେ ଛାତ୍ର ଦୁଇଜଣ ନିୟମ ଭାଙ୍ଗି ଶ୍ରୀ ଶାହାଙ୍କ ସୁରକ୍ଷା ବଳୟ ମଧ୍ୟକୁ ବାଇକ୍‌ ଯୋଗେ ହଠାତ୍‌ ପଶି ଆସିଥିଲେ। ପୋଲିସ ତାଙ୍କୁ ଅବରୋଧ କରିବା ପାଇଁ ପ୍ରାୟ ୩୦୦ ମିଟର ପିଛା କରିଥିବା ବେଳେ ସେ ଦୁହେଁ ଅଟକି ନଥିଲେ ।

ପୋଲିସ ତାଙ୍କୁ ମନିପାଲ ସେଣ୍ଟର ନିକଟରେ ଅଟକାଇ ଉଭୟଙ୍କ ମଧ୍ୟରୁ ଜଣକୁ ଧରି ପାରିଥିଲା । ହେଲେ ଅନ୍ୟ ଜଣେ ଖସିପଳାଇଥିଲା । ପୋଲିସ ପରେ ଉକ୍ତ ଯୁବକକୁ ଗିରଫ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ଛାତ୍ରଙ୍କର କୌଣସି ଅପରାଧୀକ ପୃଷ୍ଟଭୂମୀ ନାହିଁ ।ସେଦୁହେଁ ପୋଲିସକୁ ଦେଖି ଭୟଭୀତ ହୋଇ ଜୋରରେ ଚାଲିଯିବାକୁ ଚେଷ୍ଟା କରି ସୁରକ୍ଷା ବଳୟ ମଧ୍ୟକୁ ପଶି ଆସିଥିଲେ । ପୋଲିସ ଉଭୟ ଛାତ୍ରଙ୍କ ନାମରେ ଏକ ମାମଲା ରୁଜୁ କରିଛି । ପ୍ରକାଶଯୋଗ୍ୟ ଯେ ଏଥିପୂର୍ବରୁ ଜାନୁଆରୀ ୧୪ ରେ କୁନାଲ ଧୋଙ୍ଗଡିରେ ଜଣେ ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୁଲମାଳ ଦେବାକୁ ସୁରକ୍ଷା ବଳୟ ଭାଙ୍ଗି ପଶି ଆସିୟହିବା ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp