ଲେମ୍ବୁ ପାଣି ପିଉଛନ୍ତି କି ? ଏହା ସାଜିପାରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ: ଆସନ୍ତୁ ଜାଣିବା କିପରି ସୁସ୍ଥ ରହିବେ

ସୋସିଆଲ ମିଡ଼ିଆରୁ ପ୍ରଭାବିତ ହୋଇ ସକାଳୁ ସକାଳୁ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଲେମ୍ବୁ ରସ ପକାଇ ପିଇବା ଆଜିକାଲିର ଫ୍ୟାସନ ହୋଇଗଲାଣି। ଓଜନ ହ୍ରାସ ନିମନ୍ତେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଜନସାଧାରଣ ମାନେ ବି ଏହାକୁ ଫଲୋ କରୁଛନ୍ତି। ଏପରିକି କିଛି ଲୋକ ଅଛନ୍ତି, ଯେଉଁମାନେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୋଇ ଦିନରେ ଅଧିକାଂଶ ସମୟରେ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି। କେବଳ ଓଜନ କମାଇବା ନୁହେଁ, ପାଚନ ସମସ୍ୟା, ଡିହାଇଡ୍ରେସନ ମଧ୍ୟ ଏହାଦ୍ୱାରା ଦୂର ହୋଇଯାଏ। ହେଲେ ଜାଣିଛନ୍ତି କି, ସବୁ ଜିନିଷର ଅତିର ପରିଣାମ କେବେ ଭଲ ହୋଇ ନ ଥାଏ। ସେହିପରି ଅଧିକ ଲେମ୍ବୂ ପାଣି ପିଇଲେ ଆପଣଙ୍କୁ ଏହାର କୁପରିଣାମ ଭୋଗିବାକୁ ପଡ଼ିପାରେ।

-ଆମେରିକାର ଡେଣ୍ଟାଲ ଆସୋସିଏନ କରିଥିବା ସର୍ଭେ ଅନୁଯାୟୀ, ଲେମ୍ବୁ ବହୁତ ଅଧିକ ଖଟା ହୋଇଥାଏ। ସେଥି ନିମନ୍ତେ ଦିନରେ ବହୁ ଥର ଏହା ଦାନ୍ତରେ ବାଜିବା ଦ୍ୱାରା ଦାନ୍ତ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଥାଏ । ଏହାଦ୍ୱାରା ଦାନ୍ତର ଇନେମଲ ଖରାପ ହୋଇଥାଏ। ତେଣୁ ଆପଣ ଯଦି ଦିନରେ ବାରମ୍ବାର ଲେମ୍ବୁ ପିଇବାରେ ଅଭ୍ୟସ୍ତ, ତେବେ ଆପଣ ଏଥିନିମନ୍ତେ ଷ୍ଟ୍ର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ଦାନ୍ତ ସିଧାସଳଖ ଏସିଡ ସମ୍ପର୍କରେ ଆସିବ ନାହିଁ।

-ଲେମ୍ବୁ ପାଣି ପେଟ ପାଇଁ ଅମୃତ ସମାନ ହୋଇଥାଏ। ହେଲେ ଏହାକୁ ଅଧିକ ଚିପୁଡ଼ିବା ଦ୍ୱାରା ପେଟରେ ଗ୍ୟାଷ୍ଟ୍ରୋଓସୋଫେଗଲ ରିଫ୍ଲକ୍ସ ରୋଗ ଏବଂ ଏସିଡ ରିଫ୍ଲକ୍ସ ଆଦି ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ଛାତି ଜଳାପୋଡ଼ା, ବାନ୍ତି ଲାଗିବା ପରି ଲକ୍ଷଣ ଦେଖାଦିଏ।

-ଅଧିକ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ହୋଇଥିବା ଛୋଟ ଛୋଟ ଘା’ ଜଲଦି ଶୁଖି ନ ଥାଏ। ଏହା ଅଧିକ ଜଳାପୋଡ଼ା କରି ଯନ୍ତ୍ରଣା ଦେଇଥାଏ। ଅଧିକ ଖଟା ଫଳ ଖାଇବା ଦ୍ୱାରା ଶରୀରରେ ହୋଇଥିବା ଘା ଶୀଘ୍ର ଶୁଖି ନ ଥାଏ । ଫଳରେ ଘା ଶୁଖିବାରେ ଅଧିକ ସମୟ ଲାଗିଥାଏ।

-ନିକଟରେ ହୋଇଥିବା କିଛି ଅନୁସନ୍ଧାନ ଅନୁଯାୟୀ, ଖଟା ଫଳ ମାଇଗ୍ରେନ୍‌ ସମସ୍ୟାକୁ ବଢ଼ାଇଥାଏ। ନ୍ୟୁରୋଲୋଜି ରେବେକା ଟ୍ରବ୍‌ ପକ୍ଷରୁ ହୋଇଥିବା ଅନୁସନ୍ଧାନ ଅନୁଯାୟୀ, ଲେମ୍ବୁ ମାଇଗ୍ରେନ୍‌ ସମସ୍ୟା ଓ ମୁଣ୍ଡବିନ୍ଧା ସମସ୍ୟାକୁ ବଢ଼ାଇଥାଏ। କାରଣ ଲେମ୍ବୁରେ ଟାଇରାମାଇନ୍‌ ଅଧିକ ଥାଏ ଓ ଅନ୍ୟ ଫଳ ତୁଳନାରେ ଏହା ମାଇଗ୍ରେନ୍‌ ସମସ୍ୟା ଅଧିକ ବଢ଼ାଇଥାଏ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp