ଅଧା ବାଟ ରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍।
କାଳବୈଶାଖୀ ପ୍ରଭାବରେ କ୍ଷତିଗ୍ରସ୍ତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଅପରାହ୍ନରେ ପୁରୀରୁ ହାଓଡ଼ା ବାହାରିଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଭଦ୍ରକ ଓ ଯାଜପୁର ସୀମା ବୈତରଣୀ ରୋଡ୍ ବୈତରଣୀ ନଦୀ ପୋଲ ନିକଟରେ ଅଟକି ରହିଛି । ବିଜୁଳି ବିଭ୍ରାଟ ଯୋଗୁଁ ଟ୍ରେନ୍ ଅଟକି ରହିଥିବା ବେଳେ ଗଛ ଡାଳ ଭାଙ୍ଗି ଏହାର ଡ୍ରାଇଭର ସାମନା କାଚରେ ସାମାନ୍ୟ ଫାଟ ହୋଇଛି । ତେବେ ରେଳ ବିଭାଗ ଅଧିକାରୀ ତଥା ଟେକନିସିଆନମାନେ ଉପସ୍ଥିତ ରହି ସମସ୍ତ ଘଟଣାର ଯାଞ୍ଚ କରୁଛନ୍ତି । ଖୁବ୍ ଶୀଘ୍ର ବିଦ୍ୟୁତ ସେବା ବ୍ୟବସ୍ଥିତ ହେଲେ ଟ୍ରେନ୍ ଚାଲିବ ବୋଲି ଜଣାଇଛନ୍ତି । ତେବେ ସିଙ୍ଗଲ ଲାଇନ୍ ଯୋଗୁଁ ଅନ୍ୟ ଟ୍ରେନ୍ ସବୁ ଅଟକି ରହିଛି ।