ଅଡ଼ୁଆରେ ବିଜୟ ଶଙ୍କର ଦାସ ।

ବ୍ୟୁରୋ :ତୁଟୁନି ବିବାଦ ଥମୁନି ଚର୍ଚ୍ଚା । ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକା ସାମ୍ନାକୁ ଆଣୁଛନ୍ତି ବିଜୟ ଶଙ୍କର ଦାସଙ୍କ ଅସଲ ଚେହେରା । ପ୍ରେମରେ ପ୍ରତାରଣା ହୋଇଥିବା ସୋମାଲିକା କହିଛନ୍ତି ବିଜୟ ଶଙ୍କର ଦାସ କୁଆଡେ ତାଙ୍କର ଦୁଇ ଥର ଗର୍ଭପାତ କରାଇଥିଲେ । ଆଉ ଏବେ ବିଜୟ ହରଡ ଘଣାରେ ପଡ଼ିଥିବା ଚର୍ଚ୍ଚା ହେଉଛି କାରଣ ଯାହା ଶୁଣିବାକୁ ମିଳୁଛି କି କୁଆଡେ ଜେରା ହେବେ ବିଜୟ ଶଙ୍କର ଦାସ । ପ୍ରେମିକା ସୋମାଲିକାଙ୍କ ଏତଲା ଆଧାରରେ ବିଜୟଙ୍କୁ ଜେରା କରାଯିବ । ତଥ୍ୟ ପ୍ରମାଣ ହାସଲ ହେବା ପରେ ଖୁବ୍ ଶୀଘ୍ର ବିଧାୟକ ବିଜୟ ସଙ୍କରଙ୍କୁ ଜେରା କରିବ ପୋଲିସ୍ । ସେପଟେ ଆହୁରି ମଧ୍ୟ ଶୁଣିବାକୁ ମିଳୁଛି କି ପ୍ରେମିକା ଅଭିଯୋଗ ଆଣିଛନ୍ତି ବିବାହର ପ୍ରତିଶ୍ରୁତି ଦେବା ସହ ଇଚ୍ଛା ବିରୋଧରେ ବିଧାୟକ ଦୁଇ ଥର ତାଙ୍କୁ ଦୁଷ୍କର୍ମ କରିଥିଲେ । ୨୦୧୮ ଓ ୨୦୨୧ରେ ଦୁଇ ଥର ଦୁଷ୍କର୍ମ ପରେ ଗର୍ଭପାତ କରିଥିବା ସେ ପୋଲିସକୁ କହିଛନ୍ତି । ଯେତେବେଳେ ବିବାହ ପ୍ରସ୍ତାବ ଦିଆଯାଏ ସେତେବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦିଅନ୍ତି ବିଧାୟକ । ଏମିତିକି ବହୁ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଗର୍ଲଫ୍ରେଣ୍ଡ । ତେବେ ଏବେ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ପ୍ରେମିକା ସୋମାଲିକା ହୋଇଛନ୍ତି ମୁଣ୍ଡ ବିନ୍ଧାର କାରଣ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp