ଅଡ଼ୁଆରେ ଛନ୍ଦି ହେଉଛନ୍ତି ଜୟ ନାରାୟଣ ମିଶ୍ର ।
ଏଇ କିଛି ଦିନ ହେବ ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ଜୟ ନାରାୟଣ ମିଶ୍ରଙ୍କ ପାଇଁ ବଢିଲା ଅଡ଼ୁଆ । ବହାରୁନି ସମାଧାନର ରାସ୍ତା କିନ୍ତୁ ବିବାଦରେ ହେଉଛନ୍ତି ଛନ୍ଦି । କେତେବେଳେ ବିବାଦୀୟ ମନ୍ତବ୍ୟ ଦେଇ ମିଶ୍ର ବାବୁ ଚର୍ଚ୍ଚାକୁ ଆସୁଛନ୍ତି ତ ଆଉ କେତେବେଳେ ପୁରୁଣା ଘଟଣାକୁ ନେଇ ତାଙ୍କୁ ବିବାଦ ଭିତରକୁ ଟାଣି ନିଆ ଯାଉଛି । ଆଉ ଏହି ସବୁ ଭିତରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ହୋଇଛି ଦିଲେସୋର୍ ସାହୁ ହତ୍ୟା ମାମଲା ।
ଆପଣ ମାନଙ୍କର ନିହାତି ଭାବେ ମନେ ଥିବ ୨୦୧୮ ମସିହା ବିଜେପୁୁର ଉପନିର୍ବାଚନ ସମୟରେ ହୋଇଥିବା ଦିଲେଶ୍ୱର ସାହୁ ହତ୍ୟା ମାମଲା ସାରା ରାଜ୍ୟରେ କେଉଁ ଭଳି ଚହଳ ସୃଷ୍ଟି କରିଥିଲା । ଆଉ ସେହି ସମୟରେ ଏ କଥା ମନେ ଚର୍ଚ୍ଚା ହେଉଥିଲା କି ଏହି ହତ୍ୟା ମାମଲାରେ କୁଆଡେ ଜୟନାରାୟଣ ମିଶ୍ରଙ୍କ ସଂପୃକ୍ତି ଥିଲା । ଆଉ ସେପଟେ ଏହି ମାମଲାରେ ଜୟ ନାରାୟଣ ମିଶ୍ର ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ । କିନ୍ତୁ ବର୍ତ୍ତମାନ ହାଇକୋର୍ଟଙ୍କ ସର୍ତ୍ତାବଳୀକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିମଲ ଭୁଏ ନାମମକ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନରେ ଅଭିଯୋଗକାରୀ ଦର୍ଶାଇଛନ୍ତି, ଜୟ ନାରାୟଣ ଅସୁସ୍ଥତା ଆଳ ଦେଖାଇ କୋର୍ଟରେ ହାଜର ହେଉ ନାହାନ୍ତି । କିନ୍ତୁ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ, ରାଲିରେ, ଧାରଣାରେ ସାମିଲ ହେଉଛନ୍ତି । ଏହି ମାମଲାର ୧୭ ତାରିଖରେ ହେବାକୁ ଥିବା ବେଳେ ଜୟନାରାୟଣଙ୍କୁ ହାଜର ହେବାକୁ ନୋଟିସ ଦିଆଯାଇଛି ।
ତେବେ କେବଳ ଏତିକି ନୁହେଁ ୨୦୧୦ ମସିହାରେ ଝାରବନ୍ଧ ଥାନା ଅଧିକାରୀଙ୍କୁ ଆକ୍ରମଣ ମାମଲାର ଶୁଣାଣି ଆସନ୍ତା ୨୩ ତାରିଖରେ ହେବ । ଏହି ମାମଲାରେ ମଧ୍ୟ ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।
ତେବେ ବିବାଦ ଥମିବା ପରିବର୍ତ୍ତେ ଧୀରେ ଧୀରେ ଜୟ ନାରାୟଣ ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।