ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୨ ଗୁରୁତର

ବାଲେଶ୍ୱର ଜିଲ୍ଲା ସୋର ଜଗନ୍ନାଥ ଢ଼ାବା ନିକଟରେ ଅଜଣା ଗାଡ଼ି ସହ ଧକ୍କା ହେଲା ୪୦୭ ମିନିଟ୍ରକ୍‌ । ହାଇଓ୍ଵାକୁ ଟ୍ରକ୍‌ ପଛରୁ ଧକ୍କା ଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇଜଣ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶରଫ୍‌ ସର୍ଦ୍ଦାର। ଆହତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଆଜି ଭୋର ସମୟରେ ଏକ ଟ୍ରକ୍‌ କୁକୁଡା ଆଣିବାକୁ କୋଲକାତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ସୋର କଲେଜ ଛକ ନିକଟରେ ରାସ୍ତାକଡରେ ହାଇଓ୍ଵା ଠିଆ ହୋଇଥିଲା । ଟ୍ରକଟି ଭାରସାମ୍ୟ ହରାଇ ହାଇଓ୍ଵା ପଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp