ଅଙ୍ଗନବାଡି କ୍ଷେତ୍ରରେ ଆସିଲା ବଡ଼ ପତିବର୍ତ୍ତନ ।

ବଦଳିଲା ଅଙ୍ଗନବାଡ଼ି କର୍ମୀ, ସହାୟିକାଙ୍କ ନିଯୁକ୍ତି ବୟସ । ଏଥର ଦ୍ବାଦଶ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ କରାଯାଇଛି। ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ ବଦଳି ଯାଇଛି। ଏହି ବିଷୟରେ ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ୧୮ରୁ ୩୫ ବୟସ୍କା ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ପୂର୍ବରୁ ଅଙ୍ଗନବାଡି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଦଶମ ଉତ୍ତୀର୍ଣ୍ଣ ଥିବା ବେଳେ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ପାଇଁ ଆବେଦନ କରିପାରୁଥିଲେ। ହେଲେ ବର୍ତ୍ତମାନ ଦ୍ଵାଦଶ ଉତିର୍ଣ୍ଣ ବାଧ୍ୟତା ମୂଳକ। ଜିଲ୍ଲାସ୍ତରରେ ଏହି ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହେଲେ ସେହି ଅନୁଯାୟୀ ସୂଚନା ଦେବା ପାଇଁ କୁହାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp