ଅକ୍ଟୋବର୧୫ରେ କ୍ରିକେଟ ବିଶ୍ୱକପ ୨୦୨୩ |
୨୦୨୩ ପ୍ରଥମ ରାଉଣ୍ଡରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ ମଧ୍ୟରେ ହେବେ ବିଶ୍ୱକପ୍ କ୍ରିକେଟ ।ଭାରତକୁ ଟକ୍କର ଦେବ ପାକିସ୍ଥାନ , ବିଶ୍ୱ କ୍ରିକେଟ ୨୦୨୩ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି।ଅକ୍ଟୋବର ୫ ରୁ ଆରମ୍ଭ ହେବ ବିଶ୍ୱକପ୍ । ଅକ୍ଟୋବର ୧୫ରେ ହେବ ଭାରତ-ପାକିସ୍ତାନ ମୁକାବିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।ଅହମ୍ମଦାବାଦରେ ପାକିସ୍ତାନକୁ ଟକ୍କର ଦେବ ଭାରତ। ଅକ୍ଟୋବର ୫ରେ ଇଂଲଣ୍ଡ -ନ୍ୟୁଜିଲାଣ୍ଡ ଭେଟ ହେବ। ଅକ୍ଟୋବର ୮ରେ ଚେନ୍ନାଇରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ।ଆଇସିସି ବିଶ୍ୱକପ ୨୦୨୩ ର ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରକାଶ କରିଛି । ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ୟ୍ୟନ୍ତ ଭାରତରେ ଏହି ଟୁର୍ନାମେଣ୍ଟ ଖେଳାଯିବ ।ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବ। ୨୦୧୯ ବିଶ୍ୱକପ୍ ଫାଇନାଲରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଏହି ଉଭୟ ଦଳ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳିବେ। ଏଥି ସହିତ ଭାରତର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ ରେ ଚେନ୍ନାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ସହିତ ହେବ।ଫାଇନାଲ୍ ସହିତ ୪୮ ଟି ମ୍ୟାଚ୍ ୧୦ ଟି ସ୍ଥାନରେ ଖେଳାଯିବ।